ଖଟିଆରେ ବୁହାହେଲେ ଗର୍ଭବତୀ : ମାଲକାନଗିରି ଅମଲାଭଟା ଗାଁକୁ ନାହିଁ ରାସ୍ତା

52

bed ambulance-pregnance lady in khatia - no road to malkangirମାଲକାନଗିରି : ଖଟିଆରେ ଆମ୍ବୁଲାନ୍ସ ସେବା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଖବରପୁଟ ବ୍ଲକ ପୋଡଘାଟ ପଂଚାୟତ ଅମାଲାଭଟା ଗାଁକୁ ସାଧାରଣ ରାସ୍ତାଟିଏ ନଥିବାରୁ ଗର୍ଭବତୀ ମହିଳାଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଖଟିଆରେ ବୁହା ହୋଇ ନିଆଯାଇଛି । ମହିଳାଙ୍କୁ ମେଡିକାଲକୁ ନେବାକୁ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସ୍ଥାନୀୟ ଆଶା କର୍ମୀ ।

ଅମାଲାଭଟା ଗାଁଟି ଖବରପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରୁ ମାତ୍ର ୧୫ କିଲୋମିଟର ଦୂର । ଅଧାବାଟ ଯାଏଁ ଆମ୍ବୁଲାନ୍ସରେ ମହିଳା ଜଣକୁ ନିଆଯାଇଥିଲେ ମଧ୍ୟ ୮ କିଲୋମିଟର ପରେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିନଥିଲା ।

ଫଳରେ ଗାଁରେ ମହିଳାଙ୍କୁ ଖଟିଆରେ ବୋହି ୮ କିଲୋମିଟର ପର୍ଯ୍ୟନ୍ତ ନେଇଥିଲେ । ତେବେ ମେଡିକାଲରେ ପହଚିଂବା ପରେ ମହିଳା ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ତେବେ ବାରମ୍ବାର ଖଟିଆରେ ଓ ଗର୍ଭବତୀ ମହିଳା ବୁହା ହେବା ଘଟଣା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି ଆଙ୍ଗଳି ନିର୍ଦ୍ଦେଶ କରିଛି । ଏହି ଗାଁରେ ୧୦୦ ରୁ ଅଧିକ ପରିବାର ବସବାସ କରୁଥିଲେ ମଧ୍ୟ ଗାଁ ଭଲ ରାସ୍ତାଟିଏ ତିଆରି କରିବାରେ ବିଫଳ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ।