୪ ଦିନ ପରେ ଜଙ୍ଗଲୀ ଭାଲୁକୁ କାବୁ କଲା ବନ ବିଭାଗ

21

କୋରାପୁଟ : ଶେଷରେ ଧରାଦେଲା ଭାଲୁ । ବନ ବିଭାଗ ଭାଲୁକୁ ଆୟତକୁ ଆଣିଛି । ଭୁବନେଶ୍ୱରରୁ ଯାଇଥିବା ବନ ବିଭାଗ ଟିମ୍ ଭାଲୁକୁ ଟ୍ରାଙ୍କୁଲାଇଜର ଦେଇ କାବୁ କରିଛି । ପରେ ଭାଲୁଟିକୁ ଜଙ୍ଗଲ ମଧ୍ୟରେ ଛାଡି ଦିଆଯାଇଛି । ଆଉ ଗୋଟିଏ ଭାଲୁ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ବନ ବିଭାଗ ସ୍ପଷ୍ଟ କରିଛି।

କୋରାପୁଟ ସହରରେ ୪ ଦିନ ହେଲା ଆତଙ୍କ ଖେଳାଉଥିଲେ ଜଙ୍ଗଲୀ ଭାଲୁ । ରାତି ତମାମ ସହରରେ ଚାଲିଥିଲା ଭାଲୁର ରାଜ୍ । ସହରର ଗଳି କନ୍ଦିରେ ଭାଲୁ ଘୁରି ବୁଲିବା ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ । ପଦାକୁ ବାହାରିବାକୁ ଭୟ କରୁଥିଲେ ।

ସେପଟେ ଭାଲୁକୁ କାବୁ କରିବାକୁ ବନ ବିଭାଗ ଓ ପୁଲିସ ଅସମର୍ଥ ହେବା ପରେ ଭୁବନେଶ୍ୱରରୁ ଯାଇଥିଲା ବନ ବିଭାଗର ଟିମ୍ । ଯନ୍ତା ବିଛାଇ ଚାଲିଥିଲା ଅପରେସନ ଭାଲୁ। ପରେ ଟ୍ରାଙ୍କୁ ଲାଇଜ୍ ଦେଇ ଭାଲୁକୁ କାବୁ କରାଯାଇଛି।