ଭୁବନେଶ୍ୱରର ଡୁମଡୁମା ଅଂଚଳରେ ଲୁଟ୍

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରର ବଡ ଧରଣର ଲୁଟ୍ ଅଭିଯୋଗ । ଡୁମଡୁମା ଅଂଚଳରେ ଥିବା ଦୁଇ ମହଲା ବିଲଡିଂରେ କଳାକନା ବୁଲାଇ ଦୁର୍ବୃତ ଫେରାର୍ । ଘର ଭିତରେ ଥିବା ୫ଲକ୍ଷ ଟଙ୍କାର ସୁନା ଗହଣା, ଲକ୍ଷାଧିକ ସୁନା ମୁଦ୍ରା , ୬୦ହଜାର ଟଙ୍କାର ଆମେରିକାନ ଡଲାର ଓ କିଛି ଆସବାବପତ୍ର ଲୁଟ୍ କରିଛନ୍ତି । ଦୁର୍ବୃତମାନେ ବିଳମ୍ବିତ ରାତିରେଏହି କାଣ୍ଡ ଭିଆଇଛନ୍ତି । ଲୁଟ୍ ପରେ ଦୁର୍ବୃତମାନେ ଘରର ବାହାରପଟୁ ତାଲା ପକାଇ ପଳାଇଛନ୍ତି ।