ରାଜଧାନୀ ରାଜରାସ୍ତାରେ ବ୍ଲାକ୍ ପଲସରରେ ଖୁରମରା ଘଟଣା : ଆଉ ଜଣେ ଅଭିଯୁକ୍ତ କେନ୍ଦ୍ରାପଡାରୁ ଗିରଫ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ମାତିଛନ୍ତି ଲୁଟେରା । ରବିବାର ବ୍ଲାକ୍ ପଲସରରେ ଆସି ବରମୁଣ୍ଡା ଅଂଚଳରେ ଲୋକଙ୍କୁ ଆକ୍ରମଣ କରିବା ପରେ ଲୁଟ୍ କରିଥିଲେ । ଏକ ନମ୍ବର ବିହୀନ କଳା ପଲସରରେ ୩ ଦୁର୍ବୃତ ଏକ ଖୁରରେ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଗତକାଲି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି ।

ଇଂଜିନିୟରଂ ଗ୍ରାଜୁଏଟ୍ ଆଶିଷ ବେହେରାଙ୍କୁ କେନ୍ଦ୍ରାପଡାରୁ ଗିରଫ କରିଛି ଖଣ୍ଡଗିରି ପୁଲିସ । ଗତକାଲି ଗିରଫ ହୋଇଥିବା ଛାତ୍ର ଜଣଙ୍କର ଆଇନ୍ ବିଭାଗର ବୋଲି ଜଣାପଡିଛି । ଏମାନେ ବରମୁଣ୍ଡା, ଜାଗମରା, ଡେଲ୍ଟା,ଓ ଓୟୁଏଟି ଅଂଚଳରେ ଲୋକଙ୍କୁ ଆକ୍ରମଣ କରି ଲୁଟ କରିଥିଲେ । ତେବେ ଏହି ଘଟଣାରେ ଫେରାର ଥିବା ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି କମିଶନରେଟ ପୁଲିସ ।