ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଅଘଟଣ : ପକ୍ଷୀ ମାଡରେ ଏୟାର ଭିସ୍ତାରା ବିମାନ କ୍ଷତିଗ୍ରସ୍ତ

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ବାର୍ଡ ହିଟ୍ । ଏୟାର ଭିସ୍ତାରା ବିମାନରେ ପକ୍ଷୀ ମାଡ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବିମାନଟି ଅବତରଣ ସମୟରେ ପକ୍ଷୀ ମାଡ ହୋଇଛି । ଫଳରେ ଏୟାର ଭିସ୍ତାରା ବିମାନ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ଯାତ୍ରୀ ଓ ବିମାନ କର୍ମଚାରୀ ବର୍ତି ଯାଇଛନ୍ତି । ଏଥିପାଇଁ ବର୍ତମାନ ପାଇଁ ବିମାନର ଦିଲ୍ଲୀ ଉଡାଣ ବାତିଲ କରାଯାଇଛି । ଫଳରେ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିମାନର ମରାମତି ପାଇଁ ଯନ୍ତ୍ରାଂଶ ମଗା ଯାଇଛି । ତେବେ ରାତି ୯ଟା ସୁଦ୍ଧା ବିମାନଟି ଦିଲ୍ଲୀ ଅଭିମୁଖେ ଉଡାଣ କରିବ ବୋଲି ଏୟାର ଭିସ୍ତାରା କର୍ତୃପକ୍ଷ ସୂଚନା ଦେଇଛନ୍ତି।