୨ବର୍ଷ ପରେ ବନ୍ଦ କୋଠରୀରୁ ପୁରା ପରିବାରକୁ ଉଦ୍ଧାର କଲା ପ୍ରଶାସନ : ଘର ଭିତରେ ଚାଲିଥିଲା ପୂଜାର୍ଚ୍ଚନା

29

କନକ ବ୍ୟୁରୋ : ୨ ବର୍ଷ ପରେ ବନ୍ଦ କୋଠରୀରୁ ପୁରା ପରିବାରକୁ ଉଦ୍ଧାର କଲା ପ୍ରଶାସନ । କିନ୍ତୁ ଏତେ ଦିନ ଗୋଟିଏ ଘରେ ବନ୍ଦ ରହିବା ପରେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ପରିବାର ଲୋକେ । ସମସ୍ତଙ୍କୁ ଉଦ୍ଧାର ପରେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଦିନ ରାତି ବନ୍ଦ ରହୁଥିଲା ଘରର ତାଟି କବାଟ । ପାଖ ପଡୋଶୀ ସାହି ଭାଇ କାହା ସହ କଥା ବି ହେଉନଥିଲେ ମୟୁରଭଂଜ ରାସଗୋବିନ୍ଦପୁର ବ୍ଲକ ବର୍ତନା ଗାଁର କଟି ରାମଙ୍କ ପରିବାର ।

ସାହି ଭାଇଙ୍କ ଠାରୁ ଅଲଗା ହୋଇ ମୌନ ରହିଥିବା ଏହି ପରିବାରର ଘଟଣାକୁ ସମସ୍ତଙ୍କୁ ଚକିତ କରିଛି । ଗାଁ ଲୋକଙ୍କ କହିବା ଅନୁସାରେ, ଚିଟଫଣ୍ଡରେ ସମସ୍ତ ଟଙ୍କା ବୁଡିବା ସାଙ୍ଗକୁ କଟିରାମଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ୨ ବର୍ଷ ହେବ ଘରୁ ବାହାରକୁ ବାହାରୁନଥିଲେ । ତନ୍ତ୍ରମନ୍ତ୍ର ବିଦ୍ୟା ପାଇଁ ସେମାନେ ନିଜକୁ ଘର ଭିତରେ ବନ୍ଦ ରଖୁଥିବା ଗାଁ ଲୋକେ କହିଛନ୍ତି । ତେବେ ଏହି ପରିବାରକୁ ସମସ୍ତ ସରକାର ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି ବିଡିଓ ।