ବରଗଡ ମୁଖ୍ୟ ଡାକ୍ତରଖାନାରେ ବେପରୁଆ ଚିକିତ୍ସା ଅଭିଯୋଗ ! ଭୁଲ୍ ରକ୍ତ ଦେବା ଫଳରେ ରୋଗୀ ଗୁରୁତର

24

କନକ ବ୍ୟୁରୋ : ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବେପରୁଆ ଚିକିତ୍ସା ଅଭିଯୋଗ । ଭୁଲ ରକ୍ତ ଲଗାଇବାରୁ ରୋଗୀଙ୍କ ଅବସ୍ଥା ଗୁରୁତର । ଗତ ୩ ତାରିଖରେ ଚିକିତ୍ସା ପାଇଁ ଆସିଥିବା ପ୍ରଶାନ୍ତ ନାୟକଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ ଥିବାରୁ ରକ୍ତ ଆବଶ୍ୟକ ଥିଲା । ତାଙ୍କୁ ଓ ପଜିଟିଭ୍ ରକ୍ତ ଦିଆଯାଇଥିଲା । କିନ୍ତୁ ଏହି ରକ୍ତ ସରିବା ପରେ ଅନ୍ୟ ଗୋଟିଏ ରକ୍ତ ଲଗାଯାଇଥିଲା । ଯାହା ପରେ ହଠାତ୍ ଗୁରୁତର ହୋଇ ପଡିଥିଲେ ପ୍ରଶାନ୍ତ । ତାଙ୍କ ହାତ, ଗୋଡ ସହ ଛାତିରେ ଯନ୍ତ୍ରଣା ହେବା ସହ ରକ୍ତ ପ୍ରବେଶ ବନ୍ଦ ହୋଇଯାଇଥିଲା । ଓ ପଜିଟିଭ୍ ବଦଳରେ ବି ପଜିଟିଭ୍ ରକ୍ତ ଲାଗିବାରୁ ପ୍ରଶାନ୍ତଙ୍କ ଅବସ୍ଥା ଖରାପ ହୋଇପଡିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ରକ୍ତ ବଦଳ କିପରି ଓ କାହିଁକି ହେଲା ସେ ନେଇ ତଦନ୍ତ କରିବୋ ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ ।