ଗୋପପୁରରେ ଲୀଳାଖେଳା କରୁଛନ୍ତି କୃଷ୍ଣ-ବଳରାମ ! ମଥୁରାକୁ ଧନୁଯାତ୍ରା ଦେଖି ଯିବାକୁ ବେନିଭାଇଙ୍କୁ ମହାରାଜା କଂସଙ୍କ ନିମନ୍ତ୍ରଣ

101

କନକ ବ୍ୟୁରୋ : କୃଷ୍ଣମୟ ହୋଇପଡିଛି ସମଗ୍ର ବରଗଡ । ବରଗଡ ଧନୁଯାତ୍ରାର ଅଷ୍ଟମ ଦିନରେ କୃଷ୍ଣ-ବଳରାମଙ୍କୁ ମହାରାଜା କଂସଙ୍କ ନିମନ୍ତ୍ରଣ ଦେଇଛନ୍ତି ମହାମନ୍ତ୍ରୀ ଅକ୍ରୁର । ଅକ୍ରୁରଙ୍କ ଗୋପପୁର ଗମନ ଦୃଶ୍ୟ ସହ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଧାରଣ, ଅକ୍ରୁରଙ୍କ କୃଷ୍ଣ-ବଳରାମ ଦର୍ଶନ ଏବ˚ ଗୋପପୁରକୁ ଯିବା ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ ଦୃଶ୍ୟ ଅଭିନୀତ ହୋଇଥିଲା । କ˚ସଙ୍କ ଚିଟାଉ ନେଇ କୃଷ୍ଣଭକ୍ତ ଅକ୍ରୂରଙ୍କ ଗୋପପୁର ଗସ୍ତ କରିଛନ୍ତି । ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ କରିଛନ୍ତି । ଦୁଇ ଭାଇଙ୍କୁ ଦେଖିବାପରେ ଆନନ୍ଦରେ ଆଖିରୁ ଝରିଆସିଛି ଆନନ୍ଦାଶ୍ରୁ । ଏଭଳି ମର୍ମସ୍ପର୍ଶୀ ଭାବାବେଗ ଥିଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଅଷ୍ଟମ ଦିବସରେ । ଗୋପପୁରରେ କୃଷ୍ଣ-ବଳରାମ ଗୋପାଳ ଗୋପାଙ୍ଗନାଙ୍କ ସହିତ ବନବିହାର ଓ ଲୁଚକାଳି ଖେଳିଥିଲେ । ହେଲେ କୁବେରଙ୍କ ଅନୁଚର ଶ˚ଖଚୂଡ଼ ସର୍ପ ଅବିର୍ଭାବ ହୋଇ ଗୋପୀ ମାନଙ୍କୁ ବହୁ ଅସୁବିଧାରେ ପକାଉଥିଲା । ଏହାକୁ ନେଇ ଗୋପାଳଙ୍କ ମଧୢରେ ଖେଳି ଯାଇଥିଲା ଆତଙ୍କ ।

ଏନେଇ ସେମାନେ ଶ୍ରୀକୃଷ୍ଣଙ୍କୁ ଜଣାଇଥିଲେ । ଶେଷରେ କୃଷ୍ଣ ଶ˚ଖଚୂଡ଼କୁ ବଧ କରିଥିଲେ । ସେହିପରି ଶବରୀ କୃଷ୍ଣଙ୍କୁ କୋଳରେ ବସାଇ କୋଳି ଖୁଆଉଥିବା ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା । ଗୋପରେ ଇନ୍ଦ୍ରଙ୍କ ଦ୍ବାରା ପ୍ରବଳ ବର୍ଷା ହୋଇଥିବାବେଳେ ଗୋପପୁରବାସୀ ଓ ଗୋଧନର ସୁରକ୍ଷା ପାଇଁ ଶ୍ରୀକୃଷ୍ଣ ଗିରିଗୋବର୍ଦ୍ଧନ ଧାରଣ କରିଥିଲେ । ହରିନାମ ଧରି ଅକ୍ରୁରଙ୍କ ନନ୍ଦଭବନକୁ ପ୍ରବେଶ କରିଥିଲେ । ନନ୍ଦଭବନରେ ଅକ୍ରୁରଙ୍କୁ ସମ୍ମାନାର୍ଥେ ସ୍ବାଗତ କରାଯାଇଥିଲା। ଅକ୍ରୁର ତାଙ୍କର ଗୋପପୁର ଆଗମନର ଅଭିପ୍ରାୟ ପ୍ରକାଶ କରିବା ସହ ମହାରାଜ କ˚ସ ପଠାଇଥିବା ଚିଟାଉ ହସ୍ତାନ୍ତର କରିଥିଲେ । ଏହି ସମୟରେ ମହରାଜଙ୍କ କଡ଼ା ଆଦେଶ ସମ୍ପର୍କରେ ମଧ୍ୟ ଅକ୍ରୁର ନନ୍ଦରାଜାଙ୍କୁ ଜଣାଇ ଦେଇଥିଲେ । ଅନ୍ୟପକ୍ଷରେ ମହାରାଜ କ˚ସଙ୍କ ପରାକ୍ରମ ଜାରି ରହିଛି । ହେଲେ ଶୟନେ ସପନେ କୃଷ୍ଣଙ୍କ କଥା ମନକୁ ଆସୁଛି । କୃଷ୍ଣ ତାଙ୍କୁ ବଧ କରୁଥିବା ଦୃଶ୍ୟ ମହାପ୍ରତାପୀ କ˚ସଙ୍କୁ ବିଚଳିତ କରୁଛି ।