ବରଗଡରେ ଜିଲ୍ଲାରେ ପୁଣି ସକ୍ରିୟ ମାଓବାଦୀ : ପାଇକମାଳ ଗନ୍ଧମାର୍ଦନ ପାହାଡରେ ମାଓ କ୍ୟାମ୍ପ ଠାବ

27

କନକ ବ୍ୟୁରୋ : ଦୀର୍ଘଦୀନର ନୀରବତା ପରେ ବରଗଡ ଜିଲ୍ଲାରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇଛନ୍ତି । ଜିଲ୍ଲାର ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ଠାବ ହୋଇଛି ମାଓ କ୍ୟାମ୍ପ । ପୋଲିସର କମ୍ବିଂ ବେଳେ ମର୍ଯ୍ୟାଦାପାଲି ଗାଁ ନିକଟରେ ଏହି କ୍ୟାମ୍ପ ଥିବା ଜଣାପଡିଥିଲା ।

ଘଟଣାସ୍ଥଳକୁ ଟିଫିନ ବୋମା ସହ ବିସ୍ଫୋରକ, ମାଓ ପୁସ୍ତିକା, ପୋଷ୍ଟର ଓ ପୋଷାକ ଜବତ ହୋଇଛି ।  ପରେ ଜବତ ସାମଗ୍ରୀକୁ ନଷ୍ଟକରାଯାଇଛି । ମାଓ କ୍ୟାମ୍ପରୁ ଜବତ ସାମଗ୍ରୀକୁ ଦେଖିଲେ ଏଠାରେ ଉଭୟ ମହିଳା ଓ ପୁରୁଷ ମାଓ କ୍ୟାଡର ଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ପଡୋଶୀ ଛତିଶଗଡର ସୁକମାରେ ଏବେ ବଡ କମ୍ବିଂ ଅପରେସନ ଚାଲିଛି । ତେଣୁ ସୁକମା ଅଂଚଳରୁ ମାଓ କ୍ୟାଡରମାନେ ବରଗଡ ଅଂଚଳକୁ ଚାଲିଆସିଥିବା ସନ୍ଦେହ କରାଯାଉଛି ।