ବନ୍ଧୁକ ମୁନରେ ଲୁଟ : ବନ୍ଧୁକ ଦେଖାଇ ୬ ଜଣ ଦୁର୍ବୃତ ଲୁଟି ନେଲେ ୨ କୋଟିରୁ ଅଧିକ ଟଙ୍କା

22

ରାଉରକେଲା ବ୍ୟୁରୋ , କନକ ନ୍ୟୁଜ୍ : ବନ୍ଧୁକ ମୁନରେ ଲୁଟ । ବନ୍ଧୁକ ଦେଖାଇ ୬ ଜଣ ଦୁର୍ବୃତ ଲୁଟି ନେଲେ ୨ କୋଟିରୁ ଅଧିକ ଟଙ୍କା । ରାଉରକେଲା ତ୍ରିବେଣୀ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ରହିଛି ଇଣ୍ଡିଆନ୍ ଇନଫୋଲାଇନ ସଂସ୍ଥା । ଗତକାଲି ଦୁର୍ବୃତ ମାନେ ସଂସ୍ଥାର ମ୍ୟାନେଜର୍ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଇଛନ୍ତି । ଦୁର୍ବୃତମାନେ ଗଲାବେଳେ ସିସିଟିଭିର ହାର୍ଡ ଡିସ୍କ କାଢି ନେଇଥିବାରୁ ସେମାନଙ୍କ ପତା ମିଳିପାରିନାହିଁ । ଦୁର୍ବୃତଙ୍କୁ ଧରିବାକୁ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।