ବାବା ବନାମ ବୁଲଡୋଜର

71

କୋଣାର୍କ: କନକ ନ୍ୟୁଜ ଗୁମର ଖୋଲିଥିବା କଳକୀ ଆଶ୍ରମ ଉପରେ ଚାଲିଲା ବୁଲଜୋଡର । ଭକ୍ତି ଓ ବିଶ୍ୱାସର ମିଛ ମୂଳଦୂଆ ଉପରେ ଠିଆ ହୋଇଥିବା କଳକୀ ବାବାଙ୍କ ଆଶ୍ରମରେ ପୁରା ଦଳବଳ ସହ ଆକ୍ରମଣ କରିଛି ପ୍ରଶାସନ । ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ପ୍ରଥମ ଥର ପାଇଁ ଲୋକଙ୍କ ସାମ୍ନାକୁ କଳକୀ ବାବାଙ୍କ କେଳେଙ୍କାରୀ ବିଷୟରେ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ । ଏହା ପରେ ସାରା ରାଜ୍ୟରେ ଚାଂଚଲ୍ୟ ଖେଳିଗଲା । କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ୨୨ ବର୍ଷ ଧରି ବେଆଇନ୍ ଭାବେ କୋଟି କୋଟି ଟଂକାରେ ବାବା ତିଆରି କରିଥିବା କଳକୀ ଆଶ୍ରମକୁ ଆଜି ଭାଂଗିଦେଇଛି ପ୍ରଶାସନ । ପ୍ରଥମ ଦିନରେ ମାଟିରେ ମିଶିଛି ଯଜ୍ଞ ମଣ୍ଡପ ଓ ମୁଖ୍ୟ ବିଲଡିଂ । ତିନି ଚାରି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଆଶ୍ରମ ଭଂଗାଯିବ ।..