ଯୋଗୀ ଓ ମାୟାବତୀଙ୍କ ପ୍ରଚାର ଉପରେ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ । ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବେ ଏହି ଦୁଇ ନେତା

630

କନକ ବ୍ୟୁରୋ : ପ୍ରଚାର ମୈଦାନରୁ ଯୋଗୀ ଓ ମାୟାବତୀ ଆଉଟ୍ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନିର୍ବାଚନ କମିଶନ । ଉଭୟଙ୍କ ପ୍ରଚାର ଉପରେ ବ୍ୟାନ୍ ଲଗାଇଛନ୍ତି ନିର୍ବାଚନ କମିଶନ । ଯୋଗି ଆଦିତ୍ୟନାଥଙ୍କ ପ୍ରଚାର ଉପରେ ୩ ଦିନ ବ୍ୟାନ ଲାଗିଥିବା ବେଳେ ମାୟାବତୀଙ୍କ ପ୍ରଚାର ଉପରେ ୪୮ ଘଣ୍ଟାର ରୋକ ଲଗାଇଛନ୍ତି ନିର୍ବାଚନ କମିଶନ । ଆସନ୍ତାକାଲି ସକାଳ ୬ଟାରୁ ଏହି ନିୟମ କାର୍ଯ୍ୟକାରୀ ହେବ ।

ଏହି ସମୟସୀମା ମଧ୍ୟରେ ଯୋଗୀ ଓ ମାୟାବତୀ କୌଣସି ରାଲି କିମ୍ବା ନିର୍ବାଚନ ସଭା କରିପାରିବେ ନାହିଁ । ଏହାଛଡା ସୋସିଆଲ ମିଡିଆ ମଧ୍ୟ ବ୍ୟବହାର କରିପାରିବେ ନାହିଁ ଏପରିକି କୌଣସି ଗଣମାଧ୍ୟମକୁ ସାକ୍ଷାତକାର ମଧ୍ୟ ଦେଇପାରିବେନି ଏହି ୨ ନେତା । ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ପରେ ଯୋଗୀ ୧୬, ୧୭ ଓ ୧୮ ତାରିଖରେ କୌଣସି ସଭା କରିପାରିବେନି ସେହିଭଳି ମାୟାବତୀ ୧୬ ଓ ୧୭ ଦୁଇ ଦିନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବେ ।

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହି ଦୁଇ ନେତା ବିବାଦୀୟ ବୟାନ ନେଇ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ଉଭୟଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ ।