ବାଲେଶ୍ୱରରେ ଯାତ୍ରୀବାହି ବସକୁ ଧକ୍କା ଦେଲା ଡମ୍ପର୍‌ :୨୦ ଆହତ, ୨ ଗୁରୁତର

14

ବାଲେଶ୍ୱର : ବାଲେଶ୍ୱର ନରହପାଟଣା ନିକଟରେ ଦୁର୍ଘଟଣା । ଯାତ୍ରୀବାହି ବସ୍ ଓ ଡମ୍ପର୍‌ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବସଟି ପାରାଦୀପରୁ କଲିକତା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଛି ।