ବାଲେଶ୍ୱର : ବସ୍ତା ଥାନା ଷ୍ଟାଫ୍ କ୍ୱାଟର୍ସରୁ ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

34

କନକ ବ୍ୟୁରୋ : ପୁଲିସ ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଷ୍ଟାଫ୍ କ୍ୱାଟର୍ସରୁ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ବସ୍ତା ଥାନାର ପୂର୍ବତନ ଏସଆଇ ଜଗନ୍ନାଥଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ୍ । ମୃତ ଦେହ ନିକଟରୁ ଏକ ସୁଇସାଇଡାଲ ନୋଟ୍ ଜବତ କରିଛି ପୁଲିସ୍ । ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ସୁଇସାଇଡାଲ ନୋଟରେ ଲେଖାଥିବା ସୂଚନା ମିଳିଛି ।

ଜଗନ୍ନାଥଙ୍କୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାକୁ ବଦଳି କରାଯାଇଥିଲା । କିନ୍ତୁ ପୁରୁଣା ମାମଲା ନେଇ ବସ୍ତାକୁ ଆସିଥିଲେ ଜଗନ୍ନାଥ । ଏବଂ ବସ୍ତା ଥାନା ଏସଆଇ କୁଅଁର ମାଝୀଙ୍କ ଘରେ ରହିଥିଲେ ଜଗନ୍ନାଥ । ଏବଂ ସେହି କୁଅଁରଙ୍କ କ୍ୱାର୍ଟରରୁ ହିଁ ଆଜି ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ତେବେ କୁଅଁର ଗତକାଲି ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ତେଣୁ ଆଜି କୁଅଁରଙ୍କ ବାସଭବନରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିବାରୁ ଆତ୍ମହତ୍ୟା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।