ଭାଲେଟାଇନ୍ସ ଡେ ! ଏଥର ପ୍ରେମୀ ଯୁଗଳଙ୍କୁ ହଇରାଣ କରିବନି ବଜରଙ୍ଗ ଦଳ ।
କନକ ବ୍ୟୁରୋ : ଆସନ୍ତାକାଲି ପ୍ରେମ ଦିବସ ବା ଭାଲେଂଟାଇନ ଡେ । ତେବେ ପ୍ରତିବର୍ଷ ଏହି ଦିନ ଆସିଲେ ପ୍ରେମୀ ଯୁଗଳଙ୍କ ମନରେ ଥାଏ ବଜରଙ୍ଗ ଦଳର ଭୟ । କିନ୍ତୁ ଏଥର ଭାଲେଂଟାଇନ ଡେ ବା ପ୍ରେମ ଦିବସକୁ ବିରୋଧ କରିବ ନାହିଁ ବଜରଙ୍ଗ ଦଳ । ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି । ଅତିତରେ ପ୍ରେମ ଦିବସକୁ ଟାର୍ଗେଟ କରି କିଛି ବ୍ୟକ୍ତି ବିଶେଷ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହି ଦଳର ନାଁକୁ ବଦନାମ କରିଥିବା ଅଭିଯୋଗ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେଣୁ ଚଳିତ ବର୍ଷ ବଜରଙ୍ଗ ଦଳ ପକ୍ଷରୁ କୌଣସି ପାର୍କ, ସିନେମା ହଲ, ମଲ୍ କିମ୍ବା ରାସ୍ତାଘାଟ ଆଦି କୌଣସି ସ୍ଥାନରେ ପ୍ରେମୀ ଯୁଗଳମାନଙ୍କୁ ବିରୋଧ କରାଯିବ ନାହିଁ । ବରଂ ସଚେତନତା କାର୍ଯ୍ୟକ୍ରମ କରିବାକୁ ଦଳ ଯୋଜନା ରଖିଛି । ଅନ୍ୟପଟେ ପ୍ରେମ ଦିବସରେ ରାଜଧାନୀର କୌଣସି ମଲ କିମ୍ବା ପାର୍କ ବନ୍ଦ ରହିବ ନାହିଁ । କମିଶନରେଟ ପୋଲିସ ପକ୍ଷରୁ ପ୍ରାୟ ୧୨ରୁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । କୌଣସି ଦଳ କିମ୍ବା ସଙ୍ଗଠନ ପ୍ରେମୀ ଯୁଗଳଙ୍କୁ ମାରପିଟ ଅଭିଯୋଗ ଆସିଲେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ।