ଟେଲିକମ ପରେ ଟେଲିଭିଜନ ଜଗତରେ ରାଜ କରିବେ ବାବା ରାମଦେବ ! ୩ଟି ନୂଆ ଚ୍ୟାନେଲକୁ ଗ୍ରୀନ ସିଗନାଲ ଦେଲେ ସରକାର

115

ଟେଲିକମ ଜଗତ ପରେ ଏବେ ଟେଲିଭିଜନ ଜଗତରେ ଏଣ୍ଟ୍ରି ମାରିବେ ବାବା ରାମଦେବ । ଯୋଗ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଟେଲିକମ ଜଗତରେ ପାଦ ଦେଇଥିବା ବାବା ରାମଦେବ ଏବେ ଟେଲିଭିଜନ ଜଗତରେ ଜଲୱା ଦେଖାଇବାକୁ ଯାଉଛନ୍ତି । ଭାରତରେ ସ୍ୱଦେଶୀ କାରବାରକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ବ୍ୟବସାୟରେ ପାଦ ରଖିଥିବା ବାବା ରାମଦେବଙ୍କ ୩ ଚ୍ୟାନେଲକୁ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ଏହି ତିନଟି ଚ୍ୟାନେଲ ପତଞ୍ଜଳି କମ୍ପାନି ଦ୍ୱାରା ପରିଚାଳିତ ହେଉଥିବା ବୈଦିକ ବ୍ରଡ଼କାଷ୍ଟିଙ୍ଗ ଲିମିଟେଡ଼ ବା ବିବିଏଲ ବ୍ୟାନରରେ ଏହି ୩ଟି ଚ୍ୟାନେଲ ଚାଲିବ । ଯାହାର ମୁଖ୍ୟ ରହିଛନ୍ତି ଆଚାର୍ଯ୍ୟ ବାଳକୃଷ୍ଣ । ବାବା ରାମଦେବଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରେ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁ ଆସିଥାଏ । ଗୋଟିଏ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ସରକାର ଏହି ୩ଟି ଚ୍ୟାନେଲକୁ ଲାଇସେନ୍ସ ପ୍ରଦାନ କରିଛନ୍ତି ।

ସୂଚନା ପ୍ରସାରଣ ମନ୍ତ୍ରାଳୟ ଯେଉଁ ତିନଟି ଚ୍ୟାନେଲ ପାଇଁ ଲାଇସେନ୍ସ ପ୍ରଦାନ କରିଛି ସେଗୁଡ଼ିକ ହେଲା ଆସ୍ଥା ତାମିଲ, ଆସ୍ଥା ତେଲଗୁ ଓ ଆସ୍ଥା କନ୍ନଡ଼ । ଏହି ତିନି ଚ୍ୟାନେଲୋ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସୂଚନା ପ୍ରସାରଣ ମନ୍ତ୍ରାଳୟ ଗତ ଏକ ବର୍ଷ ହେଲା ପାଖାପାଖି ୧୦୦ ନୂଆ ଟିଭି ଚ୍ୟାନେଲ ପାଇଁ ହୋଇଥିବା ଆବେଦନ ଉପରେ ରୋକ ଲଗାଇଥିଲା । କିନ୍ତୁ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ପ୍ରାଥମିକ ପର୍ଯ୍ୟାୟରେ କିଛି ଚ୍ୟାନେଲକୁ ଲାଇସେନ୍ସ ପ୍ରଦାନ କରିବା ପ୍ରକିୟା ଆରମ୍ଭ କରିଛି ।

ପୂର୍ବରୁ ଏହି ତିନି ଚ୍ୟାନେଲକୁ ଲାଇସେନ୍ସ ଦେବା ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ତେବେ ଆପ୍ଲିକେସନରେ କିଛି ଭୁଲ ଥିବା ଦର୍ଶାଇ ମନ୍ତ୍ରାଳୟ ରାମଦେବଙ୍କ ଚ୍ୟାନେଲକୁ ଲାଇସେନ୍ସ ପ୍ରଦାନ କରିନଥିଲା । କିନ୍ତୁ ଗତ ସୋମବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋର ବିବିଏଲ ବ୍ୟାନରର ଏହି ତିନି ଚ୍ୟାନେଲକୁ ଗ୍ରୀନ ସିଗନାଲ ଦେଇଛନ୍ତି । ଏହାପୂର୍ବରୁ ମଧ୍ୟ ଆସ୍ଥା ଚ୍ୟାନେଲ ୟୁପିଏ ସରକାରରେ ଅସୁବିଧାରେ ସମ୍ମୁଖୀନ ହୋଇଥିଲା । ଯେତେବେଳେ ଆଧ୍ୟାତ୍ମିକ ଚ୍ୟାନେଲରେ କଳାଧନକୁ କ୍ୟାମ୍ପେନ କରାଯାଉଥିଲା । ତେଣୁ ଏହାପରେ ଆଧ୍ୟାତ୍ମିକ ଚ୍ୟାନେଲରେ ରାଜନୀତିକୁ କୌଣସି ନ୍ୟୁଜ ପରିବେଷଣ ନ କରିବା ସର୍ତ୍ତରେ ଲାଇସେନ୍ସ ଦିଆଯାଇଛି । ବାବା ରାମଦେବଙ୍କ ଏହି ତିନି ଚ୍ୟାନେଲ ଆଗାମୀ ମାସରେ ଲଞ୍ଚ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ ୪୦୦ ଘଣ୍ଟାର ବିଭିନ୍ନ ଭିଡ଼ିଓ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଯୋଗ ଭିଡ଼ିଓ, ଆର୍ୟୁବୈଦିକ ଔଷଧ ସମ୍ପର୍କିତ ଭିଡ଼ିଓ ଓ ବିଭିନ୍ନ ଆଧ୍ୟାତ୍ମିକ ଭିଡିଓ ସ୍ଥାନ ପାଇଛି ।