ବଲ ଟ୍ୟାମ୍ପରିଙ୍ଗ ବିବାଦରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ : ଅଭିଯୋଗକୁ ସ୍ୱୀକାର କଲେ କାମେରୁନ୍ ବନକ୍ରକ୍ଟ ଓ ଷ୍ଟିଭେନ୍ ସ୍ମିଥ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ହୋଇଥିଲା ଟ୍ୟାମ୍ପରିଙ୍ଗ୍

40

କନକ ବ୍ୟୁରୋ : ବଲ୍ ଟାମ୍ପରିଂ ବିବାଦରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ । ଦକ୍ଷିଣ ଅଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲୀୟ ଖେଳାଳି ବଲ୍ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଅଷ୍ଟ୍ରେଲିଆ ଖେଳାଳି ସ୍ୱୀକାର ମଧ୍ୟ କରିଛନ୍ତି । ତୃତୀୟ ଟେଷ୍ଟ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ଅଷ୍ଟ୍ରେଲିଆର କାମେରୁନ୍ ବନକ୍ରଫ୍ଟ ବଲ୍ ଟାମ୍ପରିଂ କରିଛନ୍ତି । ବଲରେ ହଳଦିଆ ରଂଗର କିଛି ଜିନିଷ ଘସି ଘସି ବନକ୍ରଫ୍ଟ ବଲର ଆକାର ବଦଳାଇବାକୁ ଚେଷ୍ଟା କରିଥିଲେ । ଏହାକୁ ଦେଖି ଦୁଇ ଫିଲ୍ଡ ଅମ୍ପାୟାରଙ୍କ ସନ୍ଦେହ ହୋଇଥିଲା । ଏନେଇ ଖେଳାଳିଙ୍କୁ ପଚାରାଉଚରା ପରେ ବଲ ଟାମ୍ପରିଂ କଥା ମାନି ଯାଇଥିଲେ ଅଷ୍ଟ୍ରେଲିଆ ଖେଳାଳି ।

ଆହୁରି ସାଂଘାତିକ କଥା ହେଲା ବନକ୍ରଫ୍ଟ୍ଟଙ୍କ ବଲ୍ ଟାମ୍ପରିଂ କଥା ଅଷ୍ଟ୍ରେଲିଆ ଦଳର କ୍ୟାପଟେନ୍ ଷ୍ଟିଭେନ୍ ସ୍ମିଥ୍ ଜାଣିଥିଲେ । ଏଥିପାଇଁ ସେ ଅନୁମତି ଦେଇଥିବା କଥାକୁ ମଧ୍ୟ ସ୍ମିଥ୍ ସ୍ୱୀକାର କରିଛନ୍ତି । ବଲ୍ ଟାମ୍ପରିଂ ନେଇ ବନକ୍ରଫ୍ଟ ଓ ସ୍ମିଥଂକୁ କଡ଼ା ସମାଲୋଚନା କରାଯାଇଛି । ଏପରିକି ସ୍ମିଥ୍ ଅଧିନାୟକ ପଦ ଛାଡ଼ିବାକୁ ମଧ୍ୟ ଦାବି କରିଛନ୍ତି ଅଷ୍ଟ୍ରେଲିଆର କିଛି ପୂର୍ବତନ ଖେଳାଳି । ତେବେ ଏନେଇ ଆଇସିସି କଣ କାର୍ଯ୍ୟାନୁଷ୍ଠାନ ନେବ, ତାହା ଉପରେ ସମସ୍ତଙ୍କ ନଜର ।