ଆତଙ୍କବାଦୀ ସଙ୍ଗଠନ ଲସ୍କର ଦେଲା ଧମକ ! ୨୦୧୮ ମସିହା କାଶ୍ମୀର ଯବାନଙ୍କ ପାଇଁ ଆଣିବ ସମସ୍ୟା ।

28

ଧିରେ ଧିରେ ଜଟିଳ ହେବାରେ ଲାଗିଛି କାଶ୍ମୀର ପ୍ରସଙ୍ଗ । ଗୋଟିଏ ପଟେ ଭାରତୀୟ ସେନା ଆତଙ୍କବାଦୀମାନଙ୍କୁ ନିପାତ କରିଥିବା ବେଳେ ଅନ୍ୟ ପଟେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନ କହିଛି କି ଚଳିତ ବର୍ଷ କାଶ୍ମୀର ପ୍ରସଙ୍କ ଆହୁରି ଜଟିଳ ହେବ । ଅନଲାଇନ ମେସେଜ ମଧ୍ୟରେ ଏହା କହିଛି ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ।

ଏକ ଇଂରାଜୀ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି କି, ଆତଙ୍କବାଦୀ ସଂଗଠନ ସେଠାକାର ସ୍ଥାନୀୟବାସୀଙ୍କ ସହ ମିଶି ଯବାନଙ୍କୁ ପ୍ରଭାବିତ କରିବେ । ଯାହା ଫଳରେ ସେଠାକାର ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ଏକ ସାକ୍ଷାତକାରରେ ଲସ୍କରର ପ୍ରବକ୍ତା ଗଜନବୀ କହିଛନ୍ତି । ଏହାସହ ପୁଣି ଥରେ ଗଜନବୀ କାଶ୍ମୀର ପ୍ରସଙ୍ଗକୁ ସମର୍ଥନ ଦେଉଥିବା କଥା ସମସ୍ତଙ୍କ ସମ୍ମୁଖରେ କହିଛନ୍ତି । କାଶ୍ମୀରରେ ହେଉଥିବା ଗଣ୍ଡଗୋଳ ପାକିସ୍ଥାନର ଏକ ଅଧୁରା ଏଜେଣ୍ଡା ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ କି, ବର୍ତମାନ ସମୟରେ କାଶ୍ମୀରରେ ପରିସ୍ଥିତକୁ ଶାନ୍ତ କରିବା ଲାଗି ଭାରତୀୟ ସେନା ପକ୍ଷରୁ ଅପେରେସନ ୨୦୧୭ ମସିହା ଠାରୁ ଅପେରେସନ ‘ଅଲଆଉଟ’ ଚାଲିଛି । ଏହି ଅପେରେସନ ଚାଲିବା ପରେ ଅନେକ ଆତଙ୍କବାଦୀଙ୍କ ନିହତ ହୋଇଛି । ତେବେ ରମଜାନ ମାସ ସରିବା ପରେ ପୁଣି ଥରେ ସେନା ଏହି ଅପେରେସନ ଆରମ୍ଭ କରିଛି ବୋଲି ଜଣାପଡିଛି । ଶୁକ୍ରବାର ସକାଳେ ଦକ୍ଷିଣ କାଶ୍ମୀର ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି ଓ ଏଥିରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।