ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ପ୍ରଦେଶ ମାନ୍ୟତା ପ୍ରସଙ୍ଗ : ସଂସ୍କୃତି ମନ୍ତ୍ରୀ କହିଲେ, ଅନୁଧ୍ୟାନ କରି ନିଆଯିବ ନିଷ୍ପତ୍ତି

51

କନକ ବ୍ୟୁରୋ : ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଙ୍ଗୀତ ମାନ୍ୟତା ପ୍ରସଙ୍ଗ । ଏନେଇ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରତି ସମସ୍ତଙ୍କ ସମ୍ମାନ ରହିଛି । ଅନ୍ୟ ରାଜ୍ୟର ରାଜ୍ୟ ସଙ୍ଗୀତକୁ କିଭଳି ମାନ୍ୟତା ଦିଆଯାଇଛି ତାହାର ଅନୁଧ୍ୟାନ କରାଯିବ । ଏହାପରେ ରାଜ୍ୟ ସରକାର ସମସ୍ତଙ୍କ ସହ ବିଚାର ବିମର୍ଷ କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ।

image courtesy-http://www.odishahaalchaal.in

ଗତକାଲି ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ କରିବା ନେଇ ଦାବି ହୋଇଥିଲା । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲା ରାଜ୍ୟ ବିଜେପି । ୨୦୦୩ ମସିହାରୁ ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ କରିବା ପାଇଁ ବିଭିନ୍ନ ବୈଠକ ବସି ଆସୁଛି କିନ୍ତୁ କୌଣସି ସୁଫଳ ମିଳି ପାରୁନାହିଁ । ପ୍ରଦେଶ ସଂଗୀତ ଘୋଷଣା କରିବା ରାଜ୍ୟ ସରକାରଙ୍କ ହାତରେ ରହିଛି କିନ୍ତୁ ଗୋଟିଏ ଗେଜେଟ୍ ନୋଟିଫିକେସନ ପ୍ରକାଶ କରିବାକୁ ସକ୍ଷମ ହୋଇପାରିନାହିଁ ବୋଲି କହିଥିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଅନ୍ୟପଟେ ରାଜ୍ୟ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇ ଏନେଇ ସୁପାରିଶ କରାଯାଇଛି ବୋଲି ବିଜେଡି ମୁଖପାତ୍ର ଅମର ଶତପଥୀ କହିଥିଲେ ।