ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ! ଅସ୍ତରଙ୍ଗରେ ଜାରି ହୋଇନି କୌଣସି ନିର୍ଦ୍ଦେଶ, ଚାଲିଛି ଟ୍ରଲର ହେଉଛି ମାଛଧରା

59

କନକ ବ୍ୟୁରୋ : ଅଲିଭ ରିଡଲେଙ୍କ ଅଣ୍ଡାଦାନ ପାଇଁ ଆଜିଠୁ ମାଛଧରା କଟକଣା ଜାରି କରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଅସ୍ତରଙ୍ଗ ଦେବୀ ମୁହାଣ ଅଂଚଳରେ ୫ଟି କ୍ୟାମ୍ପରେ କାମ ଆରମ୍ଭ ହୋଇନାହିଁ । ଏହାସହ ସମୁଦ୍ର କୂଳଠାରୁ ୨୦କିଲୋମିଟର ମଧ୍ୟରେ କୌଣସି ଯନ୍ତ୍ରଚାଳିତ ବୋଟ ଚଳାଚଳ କରିପାରିବ ନାହିଁ ବୋଲି ନିୟମ ରହିଛି କିନ୍ତୁ ଏହାକୁ ନେଇ ମଧ୍ୟ କୌଣସି ପଦକ୍ଷେପ ନେଇନାହିଁ ବନବିଭାଗ ।

olive ridleyନିଷିଦ୍ଧାଂଚଳରେ ମାଳ ମାଳ ଟ୍ରଲରରେ ମାଛ ମରାଯା ଉଥିବା ବେଳେ କଇଁଛଙ୍କ ମୃତ୍ୟୁ ମଧ୍ୟ ହେଉଛି । ସରକାରୀ କଟକଣା କେବଳ କାଗଜପତ୍ରରେ ସୀମିତ ହୋଇ ରହିଛି । ବେଧଡକ ଢଙ୍ଗରେ ଚାଲିଛି ମାଛ ମରା ।୨୦୧୬-୧୭ବର୍ଷରେ ମଧ୍ୟ ଅବହେଳା କାରଣରୁ ୪ହଜାର କବଁଛଙ୍କ ମୃତ୍ୟୁ ହୋଇଥିଲା । ପେଟ୍ରୋଲିଂ ବୋଟ ଚାଲିବା ପାଇଁ ଏଯାଏଁ ଟେଣ୍ଡର କରାଯାଇନାହିଁ । ବନବିଭାଗ ରେଂଜରଙ୍କ କହିବା କଥା ହେଲା ନଭେମ୍ବର ୧୫ତାରିଖରୁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଗହୀରମଥା ଓ ଧାମରା ମୁହାଁଣରେ ୭ମାସ ପାଇଁ କଟକଣା ଜାରି ହୋଇଛି । ଆରମ୍ଭ ହୋଇଯାଇଛି କଇଁଛଙ୍କ ଅଂଡାଦାନ ଋତୁ । ବିରଳ ଅଲିଭରିଡଲେ କଇଁଛଙ୍କ ଅଂଡାଦାନ ପାଇଁ ଏନ୍ତୁଡିଶାଳ ଭାବେ ପରିଚିତ ଗହୀରମଥାରେ ମାଛଧରା ଉପରେ କଟକଣା ଜାରି କରାଯାଇଛି । ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ମାଛଧରା ଉପରେ କଟକଣା ଜାରି କରାଯାଇଛି । ୧୬୦ କିଲୋମିଟର ପର୍ଯ୍ୟନ୍ତ ମଇ ମାସ ୩୧ ତାରିଖ ଯାଏଁ କଟକଣା ଲାଗିଛି । ୭ ମାସ ଧରି ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛଧରା ଯାଇ ପାରିବ ନାହିଁ ବୋଲି ଗହୀରମଥା ରେଂଜ ଅଫିସର ସୂଚନା ଦେଇଛନ୍ତି ।

ଏଥିସହିତ ଏହି ବିରଳ ଅଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଛି । ସେହିପରି ୧୪ଟି ସ୍ଥାନରେ ଟର୍ଟଲ୍ ପ୍ରୋଟେକ୍ସନ୍ କ୍ୟାମ୍ପ କରାଯାଇଛି । ଅଫିସର କ୍ୟାମ୍ପରେ ୧୦ ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୨ଟି ଟର୍ଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୫ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏହାଛଡା ଗୋଟିଏ ସେକ୍ସନ୍ ଲେଖାଏଁ ଏ.ପି.ଆର୍. ଫୋର୍ସ ମୃତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।