ଆଜି ବି ଆରମ୍ଭରୁ ଅଚଳ ! ବେକାରୀ ଓ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ

104

କନକ ବ୍ୟୁରୋ : ବିଧାନସଭାରେ ପୁଣି ହଙ୍ଗାମା । ତୃତୀୟ ଦିନରେ ବି ଚାଲି ପାରିଲା ନାହିଁ ଗୃହ । ବିରୋଧୀଙ୍କ ହଟଗୋଳ ଯୋଗୁଁ ଆଜି ଅଧିବେଶନ ଆରମ୍ଭରୁ ଅଚଳ । ବେକାରୀ ଓ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ବିଜେପି ସଦସ୍ୟଙ୍କ ହଟଗୋଳ । ଗୃହ ସାଢେ ୧୧ଟା ଯାଏଁ ମୁଲତବୀ । ସେପଟେ ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଛି କଂଗ୍ରେସ । ଏହାର ଶୀର୍ଷକ ରହିଛି, ରାଜ୍ୟରେ ଧାନର ଅଭାବୀ ବିକ୍ରି..ଚାଷି ବେହାଲ, ସରକାରକାରୀ କର୍ମଚାରୀ ଓ ଦଲାଲ ମଲାମାଲ । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ କଂଗ୍ରେସ ଗୃହରେ ଦାବି କରିଛି ।

ସେପଟେ ଆଜି ବିଧାନସଭାରେ ଆଗତ ହେବ ଅନ୍ତରୀଣ ବଜେଟ୍ । ୨୦୧୯-୨୦ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଆଗତ କରିବେ ରାଜ୍ୟ ସରକାର । ଏହା ଚଳିତ ନିବୀନ ସରକାରଙ୍କର ଶେଷ ବଜେଟ ହେବ । ଏହି ବଜେଟକୁ ଆଜି ଗୃହରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା । ପ୍ରାୟ ୧ ଲକ୍ଷ ୩୨ ହଜାର ୬୬୦ କୋଟିର ବଜେଟ୍ ପ୍ରସ୍ତୁତ କରାଯାଇଛି । ଯାହା ଗତବର୍ଷ ମୂଳ ବଜେଟ୍ ତୁଳନାରେ ପାଖାପାଖି ୧୦ ପ୍ରତିଶତ ଅଧିକ ବୋଲି କୁହାଯାଉଛି ।