ଦକ୍ଷିଣ-ପଶ୍ଚିମାଂଚଳର ଅତିରିକ୍ତ ଡିଆଇଜି ଦାୟିତ୍ୱ ଗ୍ରହଣ କଲେ ଆଶିଷ କୁମାର ସିଂ !

26

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜର ଅତିରିକ୍ତ ଡିଆଇଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଆଶିଷ କୁମାର ସିଂ । ଡିଆଇଜି କୋରାପୁଟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ପରେ ପରେ ସେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି । ଏହାସହ ଦକ୍ଷିଣ ରେଂଜର ୫ଜଣ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରି ନକ୍ସଲ ମାନଙ୍କ ଗତିବିଧି ବିଷୟରେ ଆଲୋଚନା କରିଛନ୍ତି ।

ଦାୟିତ୍ୱ ଗ୍ରହଣ କଲାପରେ ସେ କହିଛନ୍ତି ଯେ, ସାଧାରଣ ଜନତା କିପରି ଭାବରେ ପୋଲିସ ଉପରେ ବିଶ୍ୱାସଭାଜନ ହୋଇପାରିବେ ଓ ଶାନ୍ତିରେ ରହିପାରିବେ ତାହା ଉପରେ ହିଁ ମୁଁ ଧ୍ୟାନ ଦେବି । ଏହାସହ ସମସ୍ତ ନକ୍ସଲମାନଙ୍କୁ ଅନୁରୋଧ କରିି କହିଛନ୍ତି, ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସରକାରଙ୍କ ଠାରୁ ମିଳୁଥିବା ସହାୟତା ନେବା ସହ ହିଂସାଠାରୁ ଦୂରେଇ ରୁହନ୍ତୁ । ଯଦି ସେମାନେ ହିଂସା ଆପଣାନ୍ତି ତେବେ, ପୋଲିସ ମଧ୍ୟ ସେମାନଙ୍କୁ ଉଚିତ ଜବାବ ଦେବ । ସମସ୍ତେ ଶାନ୍ତିରେ କିପରି ରହିବେ ଓ ସହରର ଶାନ୍ତି କିପରି ବଜାୟ ରହିବ ତାହା ଉପରେ ବିଶେଷ ଭାବରେ ଧ୍ୟାନ ଦେବି ବୋଲି ସେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।