ଭୁବନେଶ୍ୱର : ଦିନକ ପରେ କ୍ରୀଡାର ମହାକୁମ୍ଭ ଏସିଆନ ଆଥେଲେଟିକ୍ ଚାମ୍ପିଅନସିପ୍

16

କନକ ବ୍ୟୁରୋ: ଆଶା ଆଶଙ୍କାର ଅନ୍ତ ଘଟିଛି । ଗତ ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇଛନ୍ତି ପାକିସ୍ତାନର ଆଥେଲେଟିକ୍ ଟିମ୍ । ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୨୨ତମ ଏସିଆନ ଆଥେଲେଟିକ୍ ଚାମ୍ପିଅନସିପ୍ । ଏଥିରେ ଭାଗ ନେବା ପାଇଁ ପାକିସ୍ତାନର ୬ ଜଣ ଖେଳାଳି ଓ ୨ ଜଣ କୋଚ୍ ଆସିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅନୁମତି ଏବଂ ପାକିସ୍ତାନ ସରକାରଙ୍କ ଭିସା ନେଇ ସମସ୍ୟା ଦେଖା ଦେଇଥିଲା । ତେଣୁ ପାକିସ୍ତାନ ଟିମ୍ ଏହି ଚାମ୍ପିଅନସିପରେ ସାମିଲ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ସବୁ ସମସ୍ୟାର ସମାଧାନ ପରେ ଓଡିଶାରେ ପଡୋଶୀ ପାକିସ୍ତାନର ଟିମ୍ ପହଂଚିଛି । କଡା ସୁରକ୍ଷା ମଧ୍ୟରେ ସେମାନଙ୍କୁ ହୋଟେଲକୁ ନିଆଯାଇଛି । ସେମାନଙ୍କ ସହ କାଜାଖସ୍ତାନର ଖେଳାଳି ମଧ୍ୟ ଭୁବନେଶ୍ୱରରେ ପହଁଚି ପହଂଛନ୍ତି ।

ସେହିପରି ଆସନ୍ତାକାଲି ସଂଧ୍ୟାରେ ଏସିଆନ ଆଥେଲେଟିକ୍ ମିଟର ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ, ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ ଉଦଘାଟନୀ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।