ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ : ଭୁବନେଶ୍ୱରରେ ବସିଛି ଏଏସଆଇ ଡିଜିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

35

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ଭୁବନେଶ୍ୱରରେ ବସିଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଏଏସଆଇ ଡିଜି ରାକେଶ ତିୱାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ଏଏସଆଇ ଯୁଗ୍ମ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଅଛନ୍ତି । ସେହିପରି ଆଇଆଇଟି ଖଡଗପୁର ଓ ମାଡ୍ରାସର ବିଶେଷଙ୍କ ବୈଠକରେ ଉପସ୍ଥିତ ଅଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କର୍ମକର୍ତା ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିବା ଜଣାପଡିଛି । ବୈଠକରେ ଜଗମୋହନ ପ୍ରତି ରହିଥିବା ବିପଦ, ସ୍ଥିତି ଯାଂଚ ଓ ଏହାର ସ୍ଥାୟୀ ପ୍ରତିକାର ଉପରେ ରୂପରେଖ ଚୂଡାନ୍ତ ହେବା ଅନୁମାନ କରାଯାଉଛି  । ଗତକାଲି ଏଏସଆଇ, ଆଇଆଇଟି କୋର କମିଟି ବିଶେଷଜ୍ଞ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ବଡଦେଉଳର ଗର୍ଭଗୃହ ଓ ଏହାର ରକ୍ଷଣାବେକ୍ଷଣା ଉପରେ ଟିମ୍ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଜଗମୋହନ ଉପରେ ମୁହଁ ଖୋଲିନଥିଲେ । ତେବେ ଆଜି ବୈଠକରେ ଏଏସଆଇ ଡିଜିଙ୍କ ସହ ଆଲୋଚନା ହେବାପରେ ଜଗମୋହନ ବିପଦ, ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥାର ରୂପରେଖ ଚୂଡାନ୍ତ ହେବ ବୋଲି ଅନୁମାନ କରାଯାଉଛି ।

ଅଧିକ ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡିଓ –