ଢେଙ୍କାନାଳର ଅପନ୍ତରା ଗାଁରେ ପହଁଚିଲେ ନବୀନଙ୍କ ସଚିବ ! ଦେଖିଲେ ନଗଡ଼ା ଭଳି ଆଉ ଏକ ଚିତ୍ର

56

କନକ ବ୍ୟୁରୋ : ଗରିବୀ ଦେଖିଲେ ସରକାରୀ ବାବୁ । ଢେଙ୍କାନାଳ କଙ୍କଡାହାଡ ପଂଚାୟତରେ ପହଁଚିଥିଲେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ଅଶୋକ ମୀନା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ସଚିବାଳୟ ଛାଡି ତୃଣମୂଳ ସ୍ତରରେ ପହଁଚୁଛନ୍ତି ସଚିବ । ଏହି ଆଧାରରେ ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ ସ୍ୱତନ୍ତ୍ର ସଚିବ ଅଶୋକ ମୀନା । ତାଙ୍କ ସହ ଢେଙ୍କାନାଳ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଗାଁକୁ ପହଁଚି ଗରିବୀର ଚିତ୍ରକୁ ଅତି ନିକଟରୁ ଦେଖିଛନ୍ତି ସରକାରୀ ବାବୁ ।

nabins officer in dhenkanal ଢେଙ୍କାନାଳର କଙ୍କଡା ହାଡ ପଂଚାୟତର ପୁଟିପାଳ ଗାଁ । ଚାଳଛପର ଘର ଓ ମାଳମାଳ ଆଦିବାସୀ ବସ୍ତି । ଫୁଗୁଳା ଦେହରେ କୁନି କୁନି ପିଲା । ଏମାନେଙ୍କୁ ଦେଖିଲେ ସଫା ସଫା ଜଣାପଡୁଥିଲା ମୋନଙ୍କ ଭୋକର ଭାଷା ଓ ମନ ତଳର ବ୍ୟଥା । ଆଉ ଏପରି ଦୃଶ୍ୟ ଦେଖିବା ପାଇଁ ପ୍ରଥମ ଥର ପାଇଁ ଆଦିବାସୀ ଅଧ୍ୟୁସିତ ଗାଁରେ ପହଁଚିଥିଲେ ସ୍ୱତନ୍ତ୍ର ସଚିବ ଅଶୋକ ମୀନ । ଗାଁ ଲୋକଙ୍କ ସମସ୍ୟା ବୁଝିବା ସହ ପାନୀୟଜଳ ଓ ରାସ୍ତା ଘାଟର ସ୍ଥିତିି ବି ଦେଖିଥିଲେ ।

ଖାଲଖମା ପଥୁରିଆ ରାସ୍ତାକୁ ଅତିକ୍ରମ କରି ଗାଁରେ ପହଁଚିଥିଲେ ଅଫିସର । ଗାଁ କୁୁ ଯିବା ବେଳେ ରାସ୍ତା ହିଁ ବୟାନ କରୁଥିଲା ଗରିବୀର ବାସ୍ତବତା । ଗାଁ ଭିରେ ପହଁଚିବା ବେଳ ଜଣା ପଡିଥିଲା ପ୍ରକୃତ ସତ । ବାରି ହୋଇ ପଡିଥିଲା ନଗଡ଼ାର ଆଉ ଏକ ଦୃଶ୍ୟ । ଶିକ୍ଷା ସ୍ୱାସ୍ଥ୍ୟ ତ ଦୂରର କଥା ଖାଇବାକୁ ଲୁଣ ଭାତ ଛଡା ସେମାନଙ୍କ ପାଖରେ ଆଉ କିଛି ନା ହିଁ । ହେଲେ ଏବେ ସରକାରୀ ବାବୁ ପହଁଚିବା ପରେ ବିକାଶର ଆଶ ବାନ୍ଧିଛନ୍ତି ଆଦିବାସୀ ଅଧ୍ୟୁସିତ ଇଲାକର ନୀରିହ ମଣିଷମାନେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଗାଁ ଗାଁ ରେ ପହଁଚୁଛନ୍ତି ବାବୁ । ଆଉ ଦେଖୁଛନ୍ତି ଆର୍ଥିକ ଅନାଟନର କରୁଣ ଚିତ୍ର । ଏବେ କେବଳ ଆଶା କରାଯାଇ ପରେ ଅପହଂଚ ଇଲାକରେ ପ୍ରଶାସନର ପାଦ ଚିହ୍ନ ବିକାଶର ନୂଆ ସ୍ୱପ୍ନ ଆଣୁ ।