କନକ ବ୍ୟୁରୋ : ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମର ୧୧ଶହ କୋଟି ଟଙ୍କା ଋଣ ଦୁର୍ନୀତିରେ ଜଗଦଗୁରୁ ଅରୂପାନନ୍ଦ ନିଜ ପକ୍ଷ ରଖିଛନ୍ତି । ବିଲ୍ଡିଂ ସେଂଟର୍ କରିବା ନାଁରେ ଅରୂପା ମିଶନ ରିସର୍ଚ୍ଚ ଫାଉଣ୍ଡେସନ ୨୦୦୦ ମସିହାରେ ନିଗମରୁ ୨୫ ଲକ୍ଷ ଟଙ୍କା ଋଣ ନେଇଥିଲା । ଯାହାର ସେତେବେଳେ ଅଧ୍ୟକ୍ଷ ଥିଲେ ସ୍ୱାମୀ ଅରୂପାନନ୍ଦ ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୦୭ ମସିହା ସୁଦ୍ଧା ଋଣ ପରିଶୋଧ କରିବାର ଅବଧି ଥିଲେ ମଧ୍ୟ ଅରୂପା ମିଶନ ଋଣ ସୁଝି ନଥିଲା । ଫଳରେ ସୁଧ ସହ ଏହି ଋଣର ପରିମାଣ ଏବେ ୧ କୋଟି ୭୦ ଲକ୍ଷ ଟଙ୍କାରେ ପହଂଚିଛି । ଏ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ଅରୂପା ମିଶନ ଋଣ ପରିଶୋଧ ପାଇଁ ବିଭିନ୍ନ ସମୟରେ ନିଗମ ସହ ଯୋଗାଯୋଗ କରିଥିଲେ ମଧ୍ୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହା ସମ୍ଭବ ହୋଇପାରୁନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ସ୍ୱାମୀ ଅରୂପାନନ୍ଦ ।