ମନ୍ତ୍ରୀ ଅରୁଣ ସାହୁଙ୍କ ଚିଟଫଣ୍ଡ ଲିଙ୍କ ଅଭିଯୋଗ ଆଣିଲା ବିଜେପି

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପରେ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଚିଟଫଣ୍ଡ ସଂପୃକ୍ତି ଅଭିଯୋଗ ଆଣିଲା ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଅରୁଣଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ସମୀର ମହାନ୍ତି । କହିଛନ୍ତି ୨୦୧୦ରେ ଅରୁଣ ସାହୁଙ୍କୁ ୟୁଥ ଆଇକନ୍ ଆୱାଡ ଦେଇଥିଲା ଓଡିଶା ଭାଷ୍କର । ଏବଂ ସେତେବେଳେ ଏହି କାର୍ଯ୍ୟକ୍ରମର ପ୍ରାୟୋଜିକ ଥିଲେ ପ୍ରମୁଖ ଚିଟଫଣ୍ଡ କମ୍ପାନି ଏସଏଲବି, ଅର୍ଥତତ୍ୱ ଓ ସିସୋର । ରାଜ୍ୟର ଲକ୍ଷଲକ୍ଷ ଜମାକାରୀଙ୍କ କଷ୍ଟ ଅର୍ଜିତ ଧନକୁ ଠକି ନେଇଥିବା ଚିଟଫଣ୍ଡ କମ୍ପାନିି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମରେ କେଉଁ ସ୍ୱାର୍ଥରେ ମନ୍ତ୍ରୀ ଯୋଗ ଦେଇଥିଲେ ବୋଲି ସମୀର ପ୍ରଶ୍ନ କରିଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ସରକାରଙ୍କୁ ସୁରକ୍ଷା ଦେବାରେ ତାଙ୍କର ନୈତିକ ଅଧିକାର ନାହିଁ ବୋଲି ସମୀର ମହାନ୍ତି କହିଛନ୍ତି । ଏସଏଲବି ସଂସ୍ଥା ମୁଖ୍ୟ ବଇରି ରଞ୍ଜନ ଦାସ ଏବେ ଗିରଫ ହୋଇ ଜେଲରେ । ସେହିପରି ଏଟି ମୁଖ୍ୟ ପ୍ରଦୀପ ସେଠୀ ଓ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଚିଟଫଣ୍ଡ ଠକେଇ ଅଭିଯୋଗରେ ଗିରଫ କରାଯାଇଛି । ଚିଟଫଣ୍ଡ କମ୍ପାନି ପ୍ରାୟୋଜିତ ଉତ୍ସବରେ ଅରୁଣଙ୍କ ସମେତ ସୂର୍ଯ୍ୟନାରାୟଣ ପାତ୍ର, ବିଧାୟକ ପ୍ରଭାତ ତ୍ରିପାଠୀ, ସମୀର ଦାସ, ରେମଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଯୋଗଦାନ ଚିଟଫଣ୍ଡ ସଂସ୍ଥାର ବେପାର ବଢାଇବରେ ସହାୟକ ହୋଇଥିବା ବିଜେପି ଅଭିଯୋଗ କରିଛି ।