RPC ଚାଲିବନି IPC ଚାଲିବ…ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ଏବେ ରଣବୀର ଦଣ୍ଡ ସଂହିତା ବଦଳରେ ଲାଗୁ ହେବ ଭାରତୀୟ ଦଣ୍ଡ ସଂହିତା

776

କନକ ବ୍ୟୁରୋ: ସାଧାରଣତଃ ଭାରତୀୟ ଆଇନ୍ ମାମଲାରେ କୋର୍ଟମାନଙ୍କରେ ଭାରତୀୟ ଦଣ୍ଡ ସଂହିତା ଅନୁସାରେ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । କିନ୍ତୁ ଜମ୍ମୁ-କାଶ୍ମୀରରେ ଏଭଳି ହୋଇନଥାଏ । କାଶ୍ମୀରରେ ଭାରତୀୟ ଦଣ୍ଡ ସଂହିତା ଅର୍ଥାତ୍ ଆଇପିସିର ବ୍ୟବହାର କରାଯାଇନଥାଏ ବରଂ ରଣବୀର ଦଣ୍ଡ ସଂହିତା ଆଧାରରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଥାଏ । ହେଲେ ଧାରା ୩୭୦ କାଶ୍ମୀରରୁ ଉଚ୍ଛେଦ ହେବା ପରେ ଏବେ ଜମ୍ମୁ-କାଶ୍ମୀରରେ ସାରା  ଦେଶ ଭଳି ଭାରତୀୟ ଦଣ୍ଡ ସଂହିତା ଅର୍ଥାତ୍ ଆଇପିସି ଲାଗୁ ହେବ । ତେବେ ଦୀର୍ଘ ୭୦ ବର୍ଷ ଧରି କାଶ୍ମୀରରେ ଚାଲିୁଥିବା ଏହି ରଣବୀର ଦଣ୍ଡ ସଂହିତା ପ୍ରକୃତରେ କଣ?

ରଣବୀର ଦଣ୍ଡ ସଂହିତା କଣ?

ଜମ୍ମୁ-କାଶ୍ମୀର ରାଜ୍ୟରେ ରଣବୀର ଦଣ୍ଡ ସଂହିତା ଲାଗୁ ଥିଲା । ଯାହାକୁ ରଣବୀର ଆଚାର ସଂହିତା ବୋଲି କୁହାଯାଏ ପାରିବ । ଭାରତୀୟ ସମ୍ବାଧାନର ଧାରା ୩୭୦ ଅନୁସାରେ ଜମ୍ମୁ-କାଶ୍ମୀର ରାଜ୍ୟରେ ଭାରତୀୟ ଦଣ୍ଡ ସଂହିତାର ପ୍ରୟୋଗ ହୋଇପାରୁନଥିଲା । ଏଠାରେ କେବଳ ରଣବୀର ଦଣ୍ଡ ସଂହିତାର ବ୍ୟବହାର ହେଉଥିଲା । ବ୍ରିଟିସ୍ କାଳରୁ ହିଁ ଏଠାରେ ରଣବୀର ଦଣ୍ଡ ସଂହିତା ଲାଗୁ ଥିଲା ।

ସୂଚନା ମୁତାବକ, ଭାରତ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଜମ୍ମୁ-କାଶ୍ମୀର ସ୍ୱାଧୀନ ଥିଲା ।  ସେ ସମୟରେ ଜମ୍ମୁକାଶ୍ମୀରରେ ଡୋଗରା ରାଜବଂଶର ରାଜୁତି ଚାଲୁଥିଲା । ମହାରାଜା ରଣବୀର ସିଂହ ଥିଲେ ଏଠାକାର ରାଜା ତଥା ଶାସକ ।  ଏଥିପାଇଁ ଏଠାରେ ୧୯୩୨ରେ ମହାରାଜାଙ୍କ ନାଁରେ ରଣବୀର ଦଣ୍ଡ ସଂହିତା ଲାଗୁ କରାଯାଇଥିଲା । ଏହି ସଂହିତା ‘Thomas Babinton Macaulay’ ଭାରତୀୟ ଦଣ୍ଡ ସଂହିତା ସହିତ ହିଁ ସମାନ ଥିଲା ମାତ୍ର ଏଥିରେ ଥିବା କିଛି ଧାରାରେ ସାମାନ୍ୟ ଅନ୍ତର ଥିଲା ।

ରଣବୀର ଦଣ୍ଡ ସଂହିତାରେ ନାହିଁ କେଉଁ ସବୁ ଆଇନ 

• ଭାରତୀୟ ଦଣ୍ଡ ସଂହିତା ତଥା ଆଇପିସିର ଧାରା ୪ କମ୍ପ୍ୟୁଟର ମାଧ୍ୟମରେ କରାଯାଇଥିବା ଅପରାଧଗୁଡିକୁ ବାଖ୍ୟା ଏବଂ ସମ୍ବୋଧିତ କରିଥାଏ କିନ୍ତୁ ରଣବୀର ଦଣ୍ଡ ସଂହିତାରେ ଏସଂପର୍କରେ କୌଣସିଠାରେ ବି କିଛି ଉଲ୍ଲେଖ ନାହିଁ ।

• ଆଇପିସିର ଧାରା ୧୫୩ ସିଏଏ ଅନୁସାରେ ସାର୍ବଜନୀକ ସଭାଗୁଡିକରେ କିମ୍ବା ଜନବହୁଳ ସ୍ଥାନରେ ବା ଭିଡରେ ଜାଣିଶୁଣି ଅସ୍ତ୍ରଶସ୍ତ୍ର ନେଇ ଆସିବାକୁ ଦଣ୍ଡନୀୟ ଅପରାଧ ବୋଲି ଗଣାଯାଇଥାଏ, ଯେବେକି ରଣବୀର ଦଣ୍ଡ ସଂହିତାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ସଂପର୍କରେ କୌଣସି ବି କିଛି ଉଲ୍ଲେଖ ନାହିଁ ।

• ଆଇପିସିର ଧାରା ୧୯୫ଏ ଅନୁସାରେ ଯଦି କୌଣସି ବ୍ୟକ୍ତି କାହାକୁ ମିଥ୍ୟା ସାକ୍ଷ୍ୟ ବା ବୟାନ ଦେବାକୁ ଚାପ ପକାନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧ କଠୋରରୁ ଅତି କଠୋର ଦଣ୍ଡ ନିଆଯାଇଥାଏ କିନ୍ତୁ ରଣବୀର ଦଣ୍ଡ ସଂହିତାରେ ଏସଂପର୍କରେ କୌଣସି ନିର୍ଦ୍ଦେଶ  ଦିଆଯାଇନାହିଁ ।

• ଆଇପିସିର ଧାରା ୩୦୪ବି, ଯୌତୂକ ଜନିତ ମୃତ୍ୟୁକୁ ହତ୍ୟା ବୋଲି ଗଣାଯାଇଥାଏ , କିନ୍ତୁ ରଣବୀର ଦଣ୍ଡ ସଂହିତାରେ ଏସଂପର୍କରେ କୌଣସିଠାରେ ଉଲ୍ଲେଖ ନାହିଁ ।

• ରଣବୀର ଦଣ୍ଡ ସଂହିତାର ଧାରା ୧୯୦ ଅନୁସାରେ ସରକାର ଏଭଳି କୌଣସି ବି ବ୍ୟକ୍ତିଙ୍କୁ ଦଣ୍ଡିତ କରିପାରିବେ ନାହିଁ , ଯିଏ କି ସରକାରଙ୍କ ଦ୍ୱାରା ଅମାନ୍ୟ ତଥା ନିଷେଧ କରାଯାଇଥିବା ସାମଗ୍ରୀର ଉଭୟ ପ୍ରକାଶନ ତଥା ବିତରଣ କରୁଥିବେ । ଏହି ମାମଲାରେ ଅପରାଧର ଦଣ୍ଡ ନିର୍ଧାରଣ କରିବାର ଅଧିକାର କେବଳ ମୁଖ୍ୟମନ୍ତ୍ରୀଙ୍କର ରହିଛି ।