ହଟିଲା ଧାରା ୩୭୦, ଦୁଇ ଭାଗ ହେଲା ଜମ୍ମୁ-କାଶ୍ମୀର । ଦେଖନ୍ତୁ ଜମ୍ମୁ-କାଶ୍ମୀର ଓ ଲଦାଖର ନୂଆ ସାଂକେତିକ ଚିତ୍ର ।

747

କନକ ବ୍ୟୁରୋ : ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ । ଜମ୍ମୁ-କାଶ୍ମୀରରେ ବଦଳିଲା ଦୀର୍ଘ ୭୦ ବର୍ଷର ଇତିହାସ । ଉଚ୍ଛେଦ ହେଲା ଧାରା ୩୭୦ । ଆଉ ଏହାସହ ଜମ୍ମୁ-କାଶ୍ମୀରକୁ ଭାଗ କରି ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଏହି ଗୋଟିଏ ଘୋଷଣା ସହ ପୂରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଲଦାଖକୁ ବିଧାନସଭା ବିହୀନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାରୁ ବାଦ୍ ଦିଆଯାଇ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ଜମ୍ମୁ-କାଶ୍ମୀର ଓ ଲଦାଖକୁ ଭିନ୍ନ ଭିନ୍ନ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ପୂର୍ବରୁ ଥିବା ଇତିହାସ ମଧ୍ୟ ବଦଳିଛି । ଏବେ ଭାରତୀୟ ସମ୍ବିଧାନ ଅନୁସାରେ ଜମ୍ମୁ-କାଶ୍ମୀର ଓ ଲଦାଖରେ ଶାସନ ଚାଲିବ । ଏପରିକି ଆଉ ପୂର୍ବଭଳି ଭିନ୍ନ ପତାକା ବଦଳରେ ତ୍ରିରଙ୍ଗା ପତାକା ରହିବ । ଆଉ ତ୍ରିରଙ୍ଗାକୁ ଅସମ୍ମାନ କଲେ ମିଳିବନି ତ୍ରାହି । ସବୁଠୁ ବଡ କଥା ହେଉଛି, ଜମ୍ମୁ-କାଶ୍ମୀରରେ ପୂର୍ବରୁ ୨୨ଟି ଜିଲ୍ଲା ରହିଥିବା ବେଳେ ଏବେ ଜମ୍ମୁ-କାଶ୍ମୀରରେ ୨୦ଟି ଓ ଲଦାଖରେ ୨ଟି ଜିଲ୍ଲା ରହିବ ।

ଲଦାଖ ଉପରେ କେନ୍ଦ୍ର ସରକାରଙ୍କର ପୂରା ନିୟନ୍ତ୍ରଣ ରହିବ ତେବେ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ଜମ୍ମୁ-କାଶ୍ମୀରରେ ମଧ୍ୟ ସମାନ ବ୍ୟବସ୍ଥା ରହିବ । ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଗୃହରେ କହିଛନ୍ତି ଶାହା । ତେବେ ଜମ୍ମୁ-କାଶ୍ମୀରକୁ ଭାଗ କରିବା ପରେ ଏହାର ମାନଚିତ୍ର ମଧ୍ୟ ବଦଳିଯାଇଛି । ଯାହାର ସାଂକେତିକ ଚିତ୍ର ଉପରେ ଦିଆଯାଇଛି ।