ଅଶାନ୍ତ ହୋଇପଡିଛି ଏଲଓସି : ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ

44

କନକ ବ୍ୟୁରୋ : ଅଶାନ୍ତ ହୋଇପଡିଛି ଏଲଓସି । ପାକିସ୍ତାନ ବର୍ବରତାର ମୁହଁତୋଡ ଜବାବ ଦେଇଛି ଭାରତ । ଆଜି ସକାଳୁ ପୁଂଛ ଜିଲ୍ଲା ବାଲାକୋଟରେ ସିଜ ଫାୟାର ଜାରି ରହିଛି । ପାକିସ୍ତାନ ପଟୁ ବୀମବେର, କୃଷ୍ଣା ଘାଟି ଓ ନୌସେର ସେକ୍ଟରରେ ଗୁଳି ଓ ମୋର୍ଟାର ମାଡ କରାଯାଉଛି । ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା।

ଭାରତୀୟ ଯବାନମାନେ ମଧ୍ୟ ମୋର୍ଟାର ସହ ଶକ୍ତିଶାଳୀ ଗୁଳିଗୋଳା ବ୍ୟବହାର କରୁଛନ୍ତି । ଗତକାଲି ଜମ୍ମୁ କାଶ୍ମୀରର ମଛିଲ ସେକ୍ଟରରେ ପାକିସ୍ତାନ ସେନାଙ୍କ ଆକ୍ରମଣରେ ତିନି ଭାରତୀୟ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କୁ ଅତି ବିଭତ୍ସଭାବେ କ୍ଷତବିକ୍ଷତ କରିଥିଲେ ପାକ୍ ବର୍ଡର ଆକ୍ସନ ଟିମ । ସହିଦ ଯବାନଙ୍କ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର କରିଥିଲା ଭାରତ ସେନା ।