୯ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ଅଭିଯୁକ୍ତ , ସର୍ବସମ୍ମୁଖରେ ଗୁଳି କରି ହତ୍ୟା କଲେ ଆର୍ମି ଯବାନ !

3,812

ୟମନ୍ ରେ ଏକ ଛୋଟ ଝିଅକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ପୀଡିତାକୁ ହତ୍ୟା କରିଥିଲେ । ଏହି ମାମଲାରେ ଦୋଷୀମାନଙ୍କୁ ସର୍ବସମ୍ମୁଖରେ ଗୁଳି ମାରିବା ସହ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏହି ଘଟଣାରେ ଦୋଷୀ ଥିବା ଜଣେ ମହିଳାଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡାଦେଶ ସଜା ଶୁଣାଯାଇଥିଲା କିନ୍ତୁ ସେ ଗର୍ଭବତୀ ଥିବାରୁ ତାଙ୍କୁ ଏହି ଦଣ୍ଡାଦେଶକୁ କୋହଳ କରିଦିଆଯାଇଛି ।

ଦୋଷୀମାନେ ଘର ବାହାରେ ଖେଳୁଥିବା ଜଣେ ୯ ବର୍ଷର ଝିଅକୁ ଉଠାଇନେଇ ପ୍ରଥମେ ଦୁଷ୍କର୍ମ କରିଥିଲେ । ପୀଡିତା କଷ୍ଟ ସହ୍ୟ ନକରି କାନ୍ଦିବାରୁ ଚୁପ୍ କରିବା ପାଇଁ ଦୁଇ ଦୁବୃତ୍ତ ଗଳା କାଟି ହତ୍ୟା କରିଥିଲେ । ବାଦାହ ରଫତ (୨୮) ଏବଂ ମହମ୍ମଦ ଖାଲିଦ୍ (୩୧) ଦୁଇ ଅଭିଯୁକ୍ତ ମିଶି ଏହି କାଣ୍ଡ ଭିଆଇଥିଲେ । ତେବେ ଦୁହିଁଙ୍କୁ ସର୍ବସମ୍ମୁଖରେ ଆର୍ମି ଯବାନ ଗୁଳି ମାରି ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ସଜା ମିଳିବା କଥା ଶୁଣି ହଜାର ହଜାର ଲୋକ ସେଠାରେ ଉପସ୍ଥିତ ହୋଇ କରତାଳି ଦେଇଥିଲେ ଏବଂ ପୀଡିତାଙ୍କ ଆତ୍ମାକୁ ଶାନ୍ତି ଦେବାପାଇଁ ନମାଜ୍ ପାଠ କରିଥିଲେ ।