ଗିରଫ ହେଲେ ଅଭିନେତା ଅରମାନ୍ କୋହଲି ! ଗାର୍ଲଫ୍ରେଣ୍ଡକୁ ମାରି ହୋଇଥିଲେ ଫେରାର୍ । 

44

ବଲିଉଡ ଅଭିନେତା ଅରମାନ କୋହଲିଙ୍କ ଉପରେ ତାଙ୍କ ଗର୍ଲଫ୍ରେଣ୍ଡ ନୀରୁ ରନ୍ଧାୱାଙ୍କୁ ମାରପିଟ କରୁଥିବାର ଆରୋପ ଲାଗିଥିଲା । ଏହା ପରେ କେତେ ଦିନ ହେବ ଅରବାନ ଫେରାର ଥିଲେ । ପୋଲିସ ମଙ୍ଗଳବାର ଦିନ ତାଙ୍କୁ ଗିରଫ କରିଛି । ରିପୋର୍ଟ ଅନୁସାରେ ଅରମାନ ତାଙ୍କ ସାଙ୍ଗ ବାବାଙ୍କ ଲୋନାବାଲା ସ୍ଥିତ ଫାର୍ମହାଉସରେ ଲୁଚିଥିଲେ । ଏବେ ପୋଲିସ ଅରମାନଙ୍କୁ ଗିରଫ କରିସାରିଛି ଏବଂ ତାଙ୍କୁ ପଚରାଉଚରା କରୁଛି ।

ନୀରୁ ଶାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଅରମାନଙ୍କ ବିରୋଦ୍ଧରେ ଏଫଆଇଆର ଦେଇଥିଲେ । ପୋଲିସ ତାଙ୍କ ବିରୁଦ୍ଧରେ ସେକ୍ସନ ୩୨୬ ଭଳି ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ଅରମାନଙ୍କୁ ୭ ବର୍ଷର ଜେଲ ଦଣ୍ଡ ହୋଇପାରେ । ଗତ ରବିବାର ଦିନ ପୋଲିସ ତାଙ୍କ ଘରକୁ ପଚରାଉଚରା ପାଇଁ ଯାଇଥିଲେ । କିନ୍ତୁ ଅରମାନ ସେଠାରେ ଉପସ୍ଥିତ ନଥିଲେ । ସେ ତାଙ୍କ କ୍ରୋଧକୁ ନେଇ ଖୁବ ଜଣାଶୁଣା । ସେ ବିଗ ବସ ଘରେ ମଧ୍ୟ ନିଜର ଜ୍ଞାନ ହରାଇ ବସିଥିଲେ । ସେ ପ୍ରତିଯୋଗୀଙ୍କୁ ଗାଳି କରିଥିଲେ ଏବଂ ମାରପିଟ ମଧ୍ୟ କରିଥିଲେ ।