ଘରକୁ ଫେରିବେ ବାଜପେୟୀ ! ଦୁଇ ଦିନର ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା, ଆସନ୍ତାକାଲି ହୋଇପାରନ୍ତି ଡିସଚାର୍ଜ

30

କନକ ବ୍ୟୁରୋ: ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ତେଣୁ ଆଜି କିମ୍ବା ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ରୁଟିନ ଚେକ୍ଅପ ପାଇଁ ବାଜପେୟୀଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା । ତାଙ୍କ ମୁତ୍ରାଶୟରେ ସଂକ୍ରମଣ ହୋଇଥିବା ଜଣାପଡିବା ପରେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲରିଆଙ୍କ ତତ୍ୱାବଧାନରେ ବାଜପେୟୀଙ୍କ ଚିକିତ୍ସା ଚାଲିଛି । ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ଟିିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ତେବେ ଡାଏଲିସିସ କରିବା ପରେ ବାଜପେୟୀଙ୍କ ସ୍ୱସ୍ଥ୍ୟାବସ୍ଥାରେ କ୍ରମାଗତ ସୁଧାର ଆସୁଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି । ତେଣୁ ଆଜି କିମ୍ବା ଆସନ୍ତାକାଲି ସେ ଘରକୁ ଫେରିବେ ବୋଲି ସୂଚନା ମିଳିଛି ।

ଉଲ୍ଲେଖ ଥାଉ କି, ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଗତକାଲି ତାଙ୍କ ଅବସ୍ଥା ସ୍ଥିର ରହିବା କାରଣରୁ ହସପିଟାଲରୁ ଡିସଚାର୍ଜ କରାଯାଇ ନଥିଲା । ତାଙ୍କ ସଂକ୍ରମଣ ଭଲ ହେବା ଯାଏଁ ସେ ହସପିଟାଲରେ ରହିବେ ବୋଲି ।ଏମ୍ସ ପକ୍ଷରୁ ଜାରି ହେଲଥ ବୁଲେଟିନରେ ଏହା କୁହାଯାଇଥିଲା । ସୋମବାର ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡାଏଲିସିସି ହୋଇଛି । କୁହାଯାଉଛି, ତାଙ୍କର ମୁତ୍ରାଶୟରେ ସଂକ୍ରମଣ ହୋଇଛି । ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ତତ୍ୱାବଧାନରେ ବାଜପେୟୀଙ୍କ ଚିକିତ୍ସା ଚାଲିଛି । ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ଟିିମ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଡାକ୍ତର ଗୁଲେରିଆ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବାଜପେୟୀଙ୍କ ଚିକିତ୍ସା କରୁଛନ୍ତି ।

ସେପଟେ ଅଟଳ ବିହାରୀ ବାଜପେୟୀଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି । ୟୁପିର ମୁରାଦାବାଦରେ ଲୋକେ ଯଜ୍ଞ କରିଛନ୍ତି । ଦୀର୍ଘବର୍ଷ ଧରି ଅସୁସ୍ଥ ଅଛନ୍ତି ଦେଶର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ । ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାହୁଲ ଗାନ୍ଧି, ଅମିତ ଶାହ ଓ ବରିଷ୍ଠ ନେତା ବାଜେପୟୀଙ୍କୁ ଦେଖିବାକୁ ଏମ୍ସ ଯାଇଥିଲେ ।