ପାଠପଢ଼ା ପାଇଁ ନଥିଲା ଟଙ୍କା, ଏବେ ଇନ୍ଦୋରର ଅର୍ଜୁନ ସୋଲଙ୍କି ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କ। ! ଜାଣନ୍ତୁ ଏପରି ସମ୍ଭବ ହେଲା କିପରି ?

28

କୌଣସି କାମରେ ସଫଳତା ଲାଭ କରିବା ପାଇଁ ଦରକାର ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ । ଆଉ ନିଜ ପାଖରେ ଏସବୁ ଥିଲେ ସବୁ ବାଧାବିଘ୍ନ ହାର ମାନିବା ସହ ଅତି ସହଜରେ କେହି ବି ଲକ୍ଷ୍ୟ ହାସଲ କରିପାରିବ । ଆଉ ଏହି କଥାକୁ ସତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ଅର୍ଜୁନ ସୋଲାଙ୍କି । ପ୍ରକୃତକଥା ହେଲା ଅର୍ଜୁନଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କର ନିଧନ ହୋଇଥିଲା । ଆଉ ତା’ପରେ ଅର୍ଜୁନଙ୍କ ମା’ ଙ୍କ ଉପରେ ଘରର ସାରା ଦାୟିତ୍ୱ ଆସିଗଲା । ଅର୍ଜୁନଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଘରର ସମସ୍ତଙ୍କ ଭରରଣପୋଷଣ ଦାୟିତ୍ୱ ରହିଲା ଅର୍ଜୁନଙ୍କ ମା’ଙ୍କ କାନ୍ଧରେ । ଆଉ ସେ ସମୟରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଭଲ ନଥିଲା । ତେବେ ଏଇଥିପାଇଁ ଅର୍ଜୁନଙ୍କୁ ପାଠପଢ଼ାରେ ଅନେକ ଅସୁବିଧା ଉପୁଜୁଥିଲା । ଶେଷୟରେ ବାଧ୍ୟ ହୋଇ ତାଙ୍କୁ ଅଧାରେ ପାଠ ଛାଡ଼ିବା ପାଇଁ ପଡ଼ିଲା ।

ନିଜର ପରିବାର ଚଳାଇବା ପାଇଁ ଅର୍ଜୁନ ମା’ଙ୍କ ସହ କାମ କରିବା ଆରମ୍ଭ କରିଦେଲେ । ସୂଚନା ଅନୁସାରେ ତାଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ପେଣ୍ଟ ଆପ୍ଲିକେସନ ଟେକ୍ନୋଲୋଜିର ମାଗଣା କୋର୍ସ କରିବାର ସୁଯୋଗ ମିଳିଲା । ଆଉ ଅର୍ଜୁନ ସେହି କୋର୍ସ କରିଥିଲେ । ଏହି କୋର୍ସ ତାଙ୍କ ଜୀବନର ଗତିପଥ ବଦଳିଗଲା । ଅର୍ଜୁନ ପେଣ୍ଟିଂ ର ଉପଯୋଗ ବିଷୟରେ ବହୁତ ଭଲ ଭାବରେ ଶିଖିଗଲେ । ସାଧାରଣ ପେଂଟିଂ ସମସ୍ୟା ବିଷୟରେ ମଧ୍ୟ ଜାଣିବାରେ ଲାଗିଲେ । ପେଣ୍ଟିଂ ବିଷୟରେ ଅନେକ କଥା ଜାଣିଲେ । ଧୀରେ ଧୀରେ ତାଙ୍କର ଉକ୍ତ ଦିଗରେ ଦକ୍ଷତା ବଢ଼ିଲା । ଆଉ ସେ ସଫଳତା ପାଇବାରେ ଲାଗିଲେ । କୋର୍ସ ଶେଷ ହେବା ପରେ ସେ ପେଣ୍ଟିଂ କରୁଥିବା କ୍ଷେତ୍ରରେ ହିଁ ଚାକିରି କରିଥିଲେ । ପରେ ସେ ନିଜେ ପେଣ୍ଟିଂ ପାଇଁ ଠିକା ନେବା ଆରମ୍ଭ କଲେ । ଏବେ ଅର୍ଜୁନ ପେଣ୍ଟିଂର କଣ୍ଟ୍ରାକ୍ଟ ନେଉଛନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ନିଜର ପରିବାର ପ୍ରତିପୋଷଣ କରିବା ସହ ସେ ଗାଁର ଯୁବକଙ୍କୁ ମଧ୍ୟ ସାହଯ୍ୟ କରୁଛନ୍ତି ।