ଗାଁ ବୁଲିଲେ ସୁପରଷ୍ଟାର ! ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସିଦ୍ଧାନ୍ତ ଓ ଅରିନ୍ଦମଙ୍କ ଜୋରଦାର ପ୍ରଚାର

35

କନକ ବ୍ୟୁରୋ : ଗାଁ ଗାଁ ବୁଲୁଛନ୍ତି ସୁପରଷ୍ଟାର । ପଂଚାୟତ ନିର୍ବାଚନ ପାଇଁ ଏବେ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି ଓଲିଉଡ ସୁପରଷ୍ଟାର । ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ଗାଁରୁ ଗାଁ ବୁଲି ପ୍ରଚାର କରୁଛନ୍ତି । ମାଓ ପ୍ରବଣ ମାଲାନଗିରି ଜିଲ୍ଲାରେ ବଙ୍ଗୀୟ ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ଓଲିଉଡ ଷ୍ଟାର ତଥା ବଙ୍ଗୀୟ ଭାଷୀ ଅଭିନେତା ଅରିନ୍ଦମକୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି ।

ଗାଁ ଗାଁ ବୁଲି ବଙ୍ଗୀୟ ଭାଷାରେ ନିଜ ଅଭିଭାଷଣ ରଖି ଭୋଟ ଭିକ୍ଷା କରିଛନ୍ତି ସିନେ ତାରକା ଅରିନ୍ଦମ ରାୟ । ଅରିନ୍ଦମଙ୍କ ସହ ସେଲ୍ଫି ଓ ଅଟୋଗ୍ରାଫକୁ ନେଇ ପିଲା ମାନଙ୍କ ମଧ୍ୟ ରେ ଅଧିକ କ୍ରେଜ୍ ଦେଖିବାକୁ ମିଳିଛି। ସେହିପରି ବୌଦ୍ଧରେ ସିନେ ଷ୍ଟାର ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଛି ।