ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଆଗୁଆ : ବିଧାନସଭାରେ ୬ଟି ଆସନରେ ବିଜେଡ଼ି ଆଗୁଆ

457

କନକ ବ୍ୟୁରୋ : ସାଢ଼େ ୧୧ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗୁଆ ଅଛନ୍ତି । ଭୁବନେଶ୍ୱର ଲୋକସଭା ଆସନରେ ପ୍ରଶାସିକା ବନାମ ପ୍ରଶାସକ । ଦୁଇ ଅଫିସରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେବା ସହ ଉଭୟଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ସମର୍ଥନରେ ସିପିଆଇ(ଏମ୍) ପ୍ରାର୍ଥୀ ଜନାର୍ଦ୍ଦନ ପତି । ତେବେ ବର୍ତ୍ତମାସ ସୁଦ୍ଧା ବିଜେପି ପ୍ରାର୍ଥୀ ହିଁ ପ୍ରଥମ ରାଉଣ୍ଡରୁ ଲଗାତାର ଆଗୁଆ ରହିଆସିଛନ୍ତି ।

ସେପଟେ ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଅନ୍ତନ ନାରାୟଣ ଜେନା ଆଗୁଆ ରହିଥିବା ବେଳେ ବେଗୁନିଆରେ ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଆଗୁଆ ଅଛନ୍ତି । ଉତ୍ତର ବିଧାନସଭା ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ସୁଶାନ୍ତ ରାଉତ ଆଗୁଆ ଥିବା ବେଳେ ଏକାମ୍ରରେ ବିଜେଡ଼ି ପ୍ରାର୍ଥୀ ଅଶୋକ ପଣ୍ଡା ଆଗୁଆ ରହିଛନ୍ତି । ଜଟଣୀରେ କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ ଆଗୁଆ ଥିବାବେଳେ ଜୟଦେବରେ ବିଜେଡ଼ି ପ୍ରାର୍ଥୀ ଅରବିନ୍ଦ ଢ଼ାଲି ଆଗୁଆ ଅଛନ୍ତି । ଖୋର୍ଦ୍ଧାରେ ବିଜେଡ଼ି ପ୍ରାର୍ଥୀ ଜିତୁ ମିତ୍ର ଆଗୁଆ ରହିଛନ୍ତି ।