ମନେ ମନେ ମୁଖ୍ୟମନ୍ତ୍ରୀ ! ଧର୍ମେନ୍ଦ୍ରଙ୍କୁ ଆଟାକ୍ ପାଇଁ ଅନୁଭବଙ୍କ ଫୋର୍ ଏମ୍ ଫର୍ମୁଲା

56

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନେତାଙ୍କ ବାକ୍ୟୁଦ୍ଧ ସେତିକି ଶାଣିତ ହେବାରେ ଲାଗିଛି । ନେତାଙ୍କ ପୁରୁଣା କଥା ମନେ ପକାଇ ଦେଇଛନ୍ତି ବିରୋଧୀ ନେତା । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ସିଦ୍ଧାନ୍ତ ମହାପାତ୍ର ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ।

ଦଳର ଷ୍ଟାର୍ କ୍ୟାମ୍ପେନର୍ ତଥା ସାଂସଦ ବେଶ୍ ଆକ୍ରମଣାତ୍ମକ ମୁଦ୍ରାକୁ ଆସି କହିଛନ୍ତି, ଧର୍ମେନ୍ଦ୍ରଙ୍କ ପାଇଁ ଚାରୋଟି ‘ମ’ ପ୍ରଯୁଜ୍ୟ । ତାର ଅର୍ଥ ହେଲା, ମନେ ମନେ ମୁଖ୍ୟମନ୍ତ୍ରୀ ।

ସେପଟେ ବ୍ରହ୍ମପୁରରେ ଧର୍ମେନ୍ଦ୍ରଙ୍କୁ କାଉଁଟର୍ କରିଛନ୍ତି ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର । କହିଛନ୍ତି ଯଦି ତାଙ୍କର ସିବିଆଇ ଅଛି ତେବେ ଆମର କ୍ରାଇମବ୍ରାଂଚ୍ ଅଛି ।