ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଆଂଟି ସ୍ମଗ୍ ଗନ୍ ! ଜାଣନ୍ତୁ ଏହା କିପରି କରିବ କାମ

92

ଦିଲ୍ଲୀରେ ପ୍ରଦୂଷଣ ସଙ୍କଟ ଧୀରେ ଧୀରେ ଭୟଙ୍କର ହେଉଛି । ପ୍ରଦୂଷଣ ଯୋଗୁଁ ନାକେଦମ ହେଲେଣି ରାଜଧାନୀବାସୀ । ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣ ଚିନ୍ତା ଘାରିଛି । ଏନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ହିଁ କିଛି କାମ ଦେଉନି । ତେବେ ରାଜଧାନୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କେଜରିୱାଲ ସରକାର । ସରକାର ଏବେ ଆଣ୍ଟି ସ୍ମଗ ବନ୍ଧୁକ ଜରିଆରେ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଦିଲ୍ଲୀରେ ଏହାର ପରୀକ୍ଷଣ ଚାଲିଛି । ଏହି ବନ୍ଧୁକକୁ ପାଣି ଟାଙ୍କି ସହ ଯୋଡ଼ାଯାଇଛି । ଯାହାଦ୍ୱାରା ସ୍ମଗ୍ ବନ୍ଧୁକ, ପବନରେ ପାଣି ଛିଞ୍ଚିବ । ପବନରେ ପାଣି ଛିଞ୍ଚିବା ଦ୍ୱାରା ପ୍ରଦୂଷଣ ସୃଷ୍ଟିି କରୁଥବା ଧୂଳି କଣା ଓ ବିଷାକ୍ତ କଣା ଗୁଡ଼ିକ ପାଣି ସହ ତଳେ ବସିଯିବେ ।

ଆଉ ଏନେଇ ଦିଲ୍ଲୀ ସଚିବାୟଳରେ ପ୍ରଦୂଷଣ ରୋକୁଥିବା ବନ୍ଧୁକର ପରୀକ୍ଷଣ ହୋଇସାରିଛି । ପରୀକ୍ଷଣ ସମୟରେ ସମୟରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପରିବେଶ ମନ୍ତ୍ରୀଇମରାନ ହୁସେନ ମହଜୁଦ ଥିଲେ । ତେବେ ସୂତ୍ର ଅନୁସାରେ ଏହି ବନ୍ଧୁକ ବ୍ୟବହାର କରବା ପାଇଁ ଆଉ ଅଧିକ ପରୀକ୍ଷା ନୀରିକ୍ଷା କରିବା ଜରୁରୀ । ଏହି ବନ୍ଧୁକର ମୂଲ୍ୟ ହେଲା ୨୦ ଲକ୍ଷ ଟଙ୍କା । ପ୍ରଦୂଷଣ ରୋକିବା ପାଇଁ ଆଣ୍ଟି ସ୍ମଗ୍ ଗନ୍ ତିଆରି କରୁଥିବା କମ୍ପାନୀ କ୍ଲାଉଡ଼୍ ଟେକର ନିର୍ମାତା କହିଛନ୍ତି, ଏହି ଯନ୍ତ୍ର ଦ୍ୱାରା ପାଣି ୫୦ ମିଟର ପର୍ଯ୍ୟ ଉପରକୁ ସ୍ପ୍ରେ କରିହେବ ।

ଦିଲ୍ଲୀର ଆନ୍ଦବିହାର ଅଂଚଳରେ ମଧ୍ୟ ସ୍ମଗ ଗନର ପରୀକ୍ଷା କରାଯାଇଛି । ସୂଚନାଯୋଗ୍ୟ ଆନନ୍ଦ ବିହାରକୁ ସବୁଠାରୁ ଅଧିକ ପ୍ରଦୂଷିତ ଅଂଚଳ କୁହାଯାଏ । ଏଥିପାଇଁ ପରୀକ୍ଷା ପାଇଁ ଆନ୍ଦବିହାରକୁ ହିଁ ଚୟନ କରାଯାଇଥିଲା । ଯଦି ଆନନ୍ଦ ବିହାର ଅଂଚଳରେ ଏହି ବନ୍ଧୁକର ସଫଳ ପରୀକ୍ଷଣ ହୁଏ ତେବେ ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏକ ଉପାୟ ମିଳିଯିବ । ତେବେ ସମ୍ପୂର୍ଣ୍ଣ ପରୀକ୍ଷଣ ପରେ ହିଁ ଜଣାପଡ଼ିବ ଏହି ବନ୍ଧୁକକ କେତେ କାମରେ ଆସିବ ।