ଗଣମାଧ୍ୟମ ଗଣସ୍ୱାର୍ଥରେ କାମ କରୁଛି କି? ସାପ୍ତାହିକ “ସୁବାର୍ତା’’ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଏନେଇ ମତ ପ୍ରକାଶ କଲେ ବିଶିଷ୍ଟ ସାମ୍ବାଦିକ ଓ ରାଜନେତା ।

49

ଗଣମାଧ୍ୟମ ଗଣସ୍ୱାର୍ଥରେ କାମ କରୁଛି କି? ସାପ୍ତାହିକ “ସୁବାର୍ତା’’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ବାର୍ଷିକ ଉତ୍ସବରେ ଏନେଇ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି ବିଶିଷ୍ଟ ସାମ୍ବାଦିକ ଓ ରାଜନେତାମାନେ । ଉତ୍ସବରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ କହିଥିଲେ ଯେ ଅନେକ ସମୟରେ ବିଜ୍ଞାପନର ଚାପରେ ଗଣ ସ୍ୱାର୍ଥ ରକ୍ଷା କରିବା କଷ୍ଟକର ହୋଇପଡ଼େ । ସେହି ସୀମିତ ସୁଯୋଗରେ ବି ଲୋକଙ୍କ ପାଇଁ କାମ କରିବାକୁ ହେବ ।

ଅନ୍ୟପଟରେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ- ଗଣମାଧ୍ୟମର ଅର୍ଥନୀତିକୁ ବୁଝିବାକୁ ପଡ଼ିିବ । ପାଠକମାନେ ଖବରକାଗଜର ପ୍ରକୃତ ମୂଲ୍ୟ ଦେବାକୁ ପ୍ରସ୍ତୁତ ହେଲେ ଏଭଳି ସମସ୍ୟା ଦୂର ହୋଇପାରିବ । ଏଥିରେ ଉକ୍ରଳ ଭାରତର ସଭାପତି ଐରଖାରବେଳ ସ୍ୱାଇଁ, ବିଜେଡି ନେତା ସୁବାସ ସିଂହ, ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ ସୁର୍ବାତାର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।