ସଙ୍ଗୀତର ମହାଯୁଦ୍ଧ : ପ୍ରତିଯୋଗିତାରେ ପକ୍ଷୀ

21

ସଙ୍ଗୀତ ସହିତ ପ୍ରକୃତିର ସମ୍ପର୍କ ରହି ଆସିଛି । ପଶୁ ପକ୍ଷୀଙ୍କ ସ୍ୱରର ଅନୁକରଣରେ ସଙ୍ଗୀତ ଜନ୍ମ ନେଇଛି ବୋଲି କୁହାଯାଏ । ଆଜି ବି ପକ୍ଷୀଙ୍କ ସ୍ୱରରେ ସଙ୍ଗୀତର ଆକର୍ଷଣ ରହିଛି ।

ପକ୍ଷୀମାନଙ୍କୁ ନେଇ ବାର୍ଷିକ ପକ୍ଷୀ ଗାୟନ ପ୍ରତିଯୋଗିତା ଥାଇଲାଣ୍ଡର ନାରାଥିୱାଟ ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି । ସୁସଜ୍ଜିତ ବାଉଁଶ ପଂଜୁରୀରେ ରହି ଏକ ହଜାର ପକ୍ଷୀ ନିଜର କଳା ପ୍ରଦର୍ଶନ କରିଥିଲେ ।

ବିଚାରକ ମାନେ ପକ୍ଷୀ ମାନଙ୍କର ସ୍ୱର ଓ ମୂର୍ଚ୍ଚନାର ଆଧାରରେ ସର୍ବଶ୍ରେଷ୍ଠ ଗାୟକ ପକ୍ଷୀଙ୍କୁ ପୁରସ୍କାର ଦେଇଥିଲେ । ଦକ୍ଷିଣ ଏସିଆର ବହୁ ଦର୍ଶକ ଏହି ନିଆରା ପ୍ରତିଯୋଗିତାର ମଜା ଉଠାଇଥିଲେ।