ମହଙ୍ଗା ପଡିଲା ସେଲଫି ନିଶା : ଫଟୋ ଉଠାଇବାବେଳେ କାମୁଡିଲା ଅଜଗର

56

vlcsnap-2016-09-23-14h30m32s506ମହଙ୍ଗା ପଡିଲା ସେଲଫି ନିଶା । ସାପ ସହ ସେଲଫି ଉଠାଇବା ପ୍ରୟାସ କରି ହଟହଟା ହୋଇଛନ୍ତି ଯୁବକ । ରାଜସ୍ଥାନ ମାଉଂଟଆବୁରେ ଏକ ବିଶାଳ ଅଜଗରକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ତିନି ଚାରି ଜଣ ବ୍ୟକ୍ତି ଅଜଗରକୁ ନେଇ ଆସୁଥିବା ବେଳେ ଜଣେ ଯୁବକଙ୍କୁ ସାପ ସହ ସେଲଫି ଉଠାଇବାର ନିଶା ଘାରିଥିଲା ।

ସାପର ପାଖପାଖି ଆସି ତା ସହ ସେଲଫି ଉଠାଇବା ବେଳେ ହଠାତ୍ ଆକ୍ରମଣ କରିଥିଲା ଅଜଗର । ଯୁବକଙ୍କ କାଂଧକୁ ଅତର୍କିତ ଆକ୍ରମଣ କରିଥିଲା । ଯୁବକ ଜଣଙ୍କ ସାପ କବଳରୁ ଖସି ଦୌଡି ଚାଲି ଯାଇଥିଲେ ସତ, ହେଲେ ତାଙ୍କର ସେଲଫି ନିଶା ପୁରାପୁରି ଉତୁରି ଯାଇଥିଲା । ଆଜିର ଯୁବପୀଢି ସେଲଫି ନିଶାରେ ଏମିତି ପାଗଳ ହୋଇଛନ୍ତି ଯେ, ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ଉଠାଇବା ପ୍ରୟାସ କରି ମୃତାହତ ହେଉଛନ୍ତି।

ଦେଖନ୍ତୁ ସାପ ସହ ସେଲଫିର ଏହି ଭାଇରାଲ୍ ଭିଡିଓ :