ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବେ ଶପଥ ନେଲେ ଅନୀଲ ବୈଜଲ

61

ଦିଲ୍ଲୀର ଉପରାଜ୍ୟପାଳ ଭାବେ ଅନୀଲ ବୈଜଲ ଶପଥ ଗ୍ରହଣ କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜୀ.ରୋହିଣୀ ବୈଜଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ ।

ତେବେ, ୧୯୬୯ ବ୍ୟାଚର ଆଇଏଏସ ଅଫିସର ଅନୀଲ ବୈଜଲ ବାଜପାୟୀ ସରକାରରେ ଗୃହ ସଚିବ ରହିଥିଲେ ।