ଅମୃତସରରେ ଦୁର୍ଘଟଣା ଘଟାଇଥିବା ଟ୍ରେନ୍ ଡ୍ରାଇଭରଙ୍କ ଆତ୍ମହତ୍ୟା ? ଜାଣନ୍ତୁ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଫଟୋର ସତ୍ୟତା

64

ପଞ୍ଜାବର ଅମୃତସର ନିକଟରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୬୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ଆଖି ପିଛୁଳାକେ ଚାଲି ଯାଇଥିଲା। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ବ୍ରିଜରେ ଫାଶୀ ଦେଇଥିବା ଜଣେ ବ୍ୟକ୍ତି ଏକ ଫଟୋ ଖୁବ୍ ଭାଇରାଲ ହେବା ସହିତ ସେୟାର ହେବାରେ ଲାଗିଛି। ଏହି ଫଟୋକୁ ନେଇ ଦାବି କରାଯାଉଛି କି, ଅମୃତସର ଟ୍ରେନ୍ ଦୁର୍ଘଟଣା ପରେ ଡିଏମୟୁର ଲୋକୋପାଇଲଟ ଅରବିନ୍ଦ କୁମାର ଆତ୍ମହତ୍ୟା କରିଛନ୍ତି। ସର୍ବପ୍ରଥମେ ଯେଉଁ ଆକାଉଣ୍ଟରୁ ଏହି ଭିଡିଓ ଓ ଫଟୋ ପୋଷ୍ଟ ହୋଇଥିଲା ତାହା ଡିଲିଟ ହୋଇଯାଇଛି।

ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଗୋଲାପି ରଙ୍ଗର ଟି-ସାର୍ଟ ପିନ୍ଧି ଏକ ଦଉଡ଼ିରେ ବ୍ରିଜ ତଳେ ଝୁଲୁଥିବାର ଦେଖିବାକୁ ମିଳୁଛି ଓ ପୁଲିସ ବି ଘଟଣାସ୍ଥଳରେ ଉପସ୍ଥିତ ରହିଛି। ତେବେ ଏହି ଘଟଣାର ପ୍ରକୃତ ସତ୍ୟତା ହେଉଛି, ଡିଏମୟୁର ଲୋକୋପାଇଲଟ ଆତ୍ମହତ୍ୟା କରିନାହାନ୍ତି। ସେ ସମ୍ପ୍ରତି ରେଳବାଇର ହେପାଜତରେ ରହିଛନ୍ତି, ସେଠାରେ ରେଳ ଦୁର୍ଘଟଣାକୁ ନେଇ ଯାଞ୍ଚ ଚାଲିଛି।