କ୍ୟାମେରା ଦେଖିଲା ଅପହରଣର ଦୃଶ୍ୟ । ଦିନ ଦ୍ୱିପହରରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ

32

କନକ ବ୍ୟୁରୋ: ସିସିଟିଭିରେ କଏଦ ହେଲା ଅପହରଣ ଉଦ୍ୟମ ବେଳର ଚିତ୍ର । ଦିନ ଦିପହରରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଉଠାଇ ନେବାକୁ ଉଦ୍ୟମ କରୁଛନ୍ତି କିଛି ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ଧର୍ମଶାଳା ଜାରକା ବଜାରରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ତେଜ୍ ହୋଣ୍ଡା ବାଇକ୍ ସୋରୁମରେ ଫାଇନାନ୍ସ କର୍ମଚାରୀ ଅରବିନ୍ଦ ଷଢଙ୍ଗୀ ୨୦ ତାରିଖ ଅପରାହ୍ନ ୪ଟାରେ ସୋରୁମ ବାହାରେ ମୋବାଇଲରେ କଥା ହେଉଥିଲେ । ହଠାତ୍ ଏକ ନାଲିରଙ୍ଗର କାରରୁ ୪-୫ଜଣ ଓହ୍ଲାଇ ତାଙ୍କୁ ଅପହରଣ ଉଦ୍ୟମ କରିଥିଲେ ।

ତେବେ ଅରବିନ୍ଦ ସେମାନଙ୍କ କବଳରୁ କୌଶଳକ୍ରମେ ଖସିଆସି ଧର୍ମଶାଳା ଥାନାରେ ଏତଲା ଦେଇଥିଲେ । ଅରବିନ୍ଦ ଜଣେ ଭଲ ଫାଇନାନ୍ସର ଭାବେ ଅଧିକ ଗାଡି ବିକ୍ରୀ କରାଉଥିବାରୁ ତାଙ୍କ ଉପରେ ରାଗରଖି ଅପହରଣ କରାଯାଉଥିଲା ବୋଲି ପୋଲିସ କହିଛି ।