ଆସୁଛନ୍ତି ଅମିତ୍ ଶାହା ! ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷଙ୍କ ଓଡିଶା ଗସ୍ତ ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତ

112

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତ ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତ । ଆସନ୍ତା ଜୁଲାଇ ୩ରୁ ୬ ତାରିଖ ପର୍ଯ୍ୟନ୍ତ ସେ ଓଡିଶାର ବିଭିନ୍ନ ଅଂଚଳରେ ଦଳୀୟ ସଂଗଠନ ସଂପର୍କରେ ଆଲୋଚନା କରିବେ । ବିଜେପିର ରାଜ୍ୟବ୍ୟାପି ଚାଲିଥିବା ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କର୍ମୀମାନଙ୍କ ଉତ୍ସାହ ବଢାଇବେ । ୩ ତାରିଖ ସଂଧ୍ୟାରେ ସେ ଭୁବନେଶ୍ୱର ପହଂଚି ରାଜ୍ୟ ଅତିଥି ଭବନରେ ରାତି ବିତାଇବେ ।

୪ ତାରିଖରେ ସେ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ । ବ୍ରହ୍ମପୁର ଆମ୍ବପୁଆର ବିବେକ ବିହାରରେ ଦଳୀୟ କାର୍ଯ୍ୟକ୍ରମ ହେବ । ୫ ତାରିଖରେ ସେ ଯାଜପୁର ଜିଲ୍ଲା ପାଣିକୋଇଲି ଓ ୬ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ । ଭୁବନେଶ୍ୱରରେ ସେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବିଜୟୀ ସଦସ୍ୟଙ୍କ ସହ ଦଳୀୟ ସଂଗଠନ ସଂପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ତେବେ ବିଭିନ୍ନ ଜିଲ୍ଲାରେ ଏହି ହେଭିୱେଟ୍ ନେତାଙ୍କ ଗସ୍ତ ପାଇଁ ରୋଡ୍ ସୋ କରାଯିବ ବୋଲି ମଧ୍ୟ ସୂଚନା ରହିଛି ।