ଓଡିଶାରେ ବଲିଉଡ୍ ଅଭିନେତ୍ରୀ ! ଭଦ୍ରକ ହାପି ହୋମ ସ୍କୁଲର ରୋପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଅମିଷା ପଟେଲ୍

28

କନକ ବ୍ୟୁରୋ : ଓଡିଶାରେ ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ୍ । ଭଦ୍ରକର ହାପି ହୋମ ସ୍କୁଲର ରୋପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି ଅମିଷା । ସେ ବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଜଗନ୍ନାଥ ଧାମରେ ପାଦ ଦେଇଥିବାରୁ ନିଜକୁ ଧନ୍ୟ ମନେକରୁଥିବା କହିଛନ୍ତି ଅମିଷା ।

ଅମିଷା ତାଙ୍କ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଓଡିଶା ଏକ ଭଲ ସ୍ଥାନ, ସୁନ୍ଦର ଜାଗା । ତେଣୁ ଏଠିକୁ ଅନେକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ଅମିଷାଙ୍କୁ ଦେଖିବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଅମିଷା କହୋନା ପ୍ୟାର ହେ, ଗଦର ଭଳି ସୁପରହିଟ୍ ସିନେମାରେ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ ।