ବିଶ୍ୱର ୮ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତକୁ ଷଷ୍ଠ ସ୍ଥାନ : ମ୍ୟାଗେଜିନ୍ ଦ ଆମେରିକାନ୍ ଇଂଟରେଷ୍ଟର ରିପୋର୍ଟରେ ପ୍ରକାଶିତ

36

କନକ ବ୍ୟୁରୋ : ବର୍ଷ ୨୦୧୭ ପାଇଁ ଆମେରିକା ପ୍ରକାଶ କଲା ବିଶ୍ୱର ୮ ଶକ୍ତିଶାଳୀ ରାଷ୍ଟ୍ରର ତାଲିକା । ଏଥିରେ ଭାରତକୁ ମିଳିଛି ଷଷ୍ଠ ସ୍ଥାନ । ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ମିଳିତ ଭାବେ ଚୀନ୍ ଓ ଜାପାନ ରହିଛନ୍ତି । ରୁଷ ଚତୁର୍ଥ, ଜର୍ମାନୀ ପଂଚମ. ଇରାନ୍ ସପ୍ତମ ଏବଂ ଇସ୍ରାଏଲ୍ ଅଷ୍ଟମ ସ୍ଥାନରେ ରହିଛନ୍ତି ।

ଆମେରିକା ବିଦେଶ ନୀତି ଉପରେ ଆଧାରିତ ମ୍ୟାଗେଜିନ୍ ଦ ଆମେରିକାନ୍ ଇଂଟରେଷ୍ଟର ରିପୋର୍ଟରେ ଏହା ପ୍ରକାଶିତ ହୋଇଛି । ରିପୋର୍ଟରେ କୁହାଯାଇଛି ଭାରତ, ମହାଶକ୍ତିଶାଳୀ ଭାବେ ଗଢିବାକୁ ସକ୍ଷମ ହୋଇଛି । ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ଏହି ଦେଶ ଦ୍ରୁତ ଗତିରେ ଆଗକୁ ବଢୁଥିବା ଏକ ଆର୍ଥିକ ମହାଶକ୍ତି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଚୀନ୍ , ଜାପାନ୍ ଏବଂ ଆମେରିକା ଭଳି ବିଶ୍ୱର ବଡ ଶକ୍ତି ଭାରତର ସହଯୋଗ ଚାହୁଁଛନ୍ତି । ରୁଷ ମଧ୍ୟ ତାର ସାମରିକ କାରବାର ପାଇଁ ନୂଆଦିଲ୍ଲୀକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଗ୍ରହଣ କରିଛି । ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି ।