ଭାରତୀୟ ଯୁବକଙ୍କ ପ୍ରେମରେ ବିଦେଶିନୀ : ପ୍ରେମରେ ପାଗଳୀ ହୋଇ ଛାଡିଲେ ଦେଶ

79

ପ୍ରେମ କେତେ ଶାଶ୍ୱତ ଓ ପବିତ୍ର ତାହା ପ୍ରମାଣିତ କରିଛନ୍ତି ଆମେରିକୀୟ ଯୁବତୀ କୈନଡୀ ମେରୀ । ଆମେରିକା ଗୋରୀ କୈନେଡୀ ହିମାଚଳର ଜଣେ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସାତ ସମୁଦ୍ର ତେର ନଇ ଡେଇଁ ଆସି ପହଞ୍ଚିଛନ୍ତି ଭାରତରେ । ହିମାଚଳ ଚମ୍ବା ଜିଲ୍ଲାର ସଲୁଣୀ ଉପଖଣ୍ଡର ତିବାରୀ ଗାଁର ବାସିନ୍ଦା ହେଉଛନ୍ତି ପୃଥ୍ୱୀ ସିଂ । ଆମେରିକାର ୱାସିଂଟନର ଯୁବତୀ କୈନେଡୀ ମେରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତ ପୃଥ୍ୱୀ ସିଂ । ସଲୁଣୀ ଏସଡିଏମ କାର୍ଯ୍ୟାଳୟରେ ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି । ୨୦୧୫ରେ କୈନେଡୀ ଡେଲହୌଜି ବୁଲିବା ପାଇଁ ଆସି ଭେଟିଥିଲେ ପୃଥ୍ୱୀ ସିଂଙ୍କୁ ଏବଂ ସେଇଠୁ ଆରମ୍ଭ ହେଲା ତାଙ୍କ ନିଆରା ପ୍ରେମକାହାଣୀ  । ଏମିତି ଏକ କାହାଣୀ ପ୍ରକାଶ ପାଇଛି ଅମର ଉଜାଲାରେ ।

44ଗରୀବ ପରିବାରରୁ ଆସିଥିବା ପୃଥ୍ୱୀ ସିଂ ଏକ ହୋଟେଲରେ କାମ କରନ୍ତି ଏବଂ ସ୍କୁଲରେ ପିଲାଙ୍କୁ ଜୁଡୋ କରାଟେ ପ୍ରଶିକ୍ଷଣ  ମଧ୍ୟ ଦିଅନ୍ତି । ସେ ଯେତେବେଳେ ୨୦୧୫ରେ ଡେଲହୌଜି ବୁଲିବା ପାଇଁ ଆସିଥିଲେ ସେତେବେଳେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା, ରହିବା ପାଇଁ ମଧ୍ୟ କୈାଣସି ସୁବିଧା ନଥିଲା । କୈନଡୀଙ୍କ ଅସୁବିଧା ସମୟରେ ପୃଥ୍ୱୀ ତାଙ୍କୁ ନିସ୍ୱାର୍ଥପରଭାବେ ସାହାଯ୍ୟ କରିଥିଲେ ।

ଏହାସହ ପୃଥ୍ୱୀ କୈନେଡୀଙ୍କ ପାଇଁ ହୋଟେଲରେ ରହିବା ପାଇଁ ସୁବିଧା କରାଇଲେ ଏବଂ ତାଙ୍କୁ ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ ମଧ୍ୟ ବୁଲାଇ ଦେଖାଇଥଲେ । ସେବେଠାରୁ ହିଁ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା ଏବଂ କୈନେଡୀ ପୃଥ୍ୱୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ କୈନେଡିଙ୍କ ପ୍ରସ୍ତାବରେ ଦ୍ୱିଧାରେ ପଡିଗଲେ ପୃଥୀ, କାରଣ ସେ ଦ୍ୱାଦଶ ଯାଏଁ ପାଠ ପଢିଛନ୍ତି ଯାହା ଦ୍ୱାରା ପ୍ରଥମେ ପ୍ରଥମେ ତାଙ୍କୁ ଇଂରାଜୀ ଭାଷା ବୁଝିବାରେ ଅସୁବିଧା ହୋଇଥିଲା । କିନ୍ତୁ ପ୍ରେମ ଆଗରେ ସବୁ ଅସୁବିଧା ହାର ମାନିଲା ।

ନବବିବାହିତ କୈନେଡୀ କହିଛନ୍ତି ପୁରା ବିଶ୍ୱରେ ଭାରତୀୟ ପୁରୁଷ ହିଁ ଅଧିକ ବିଶ୍ୱସ୍ଥ ରୂପେ ଜଣା ଯାଆନ୍ତି । ଏଥିପାଇଁ ସେ ପୃଥ୍ୱୀଙ୍କୁ ସ୍ୱାମୀ ରୂପେ ବାଛିଛନ୍ତି । ଏହି ବିବାହ ନେଇ ପୁରା ଜିଲ୍ଲାରେ ଚର୍ଚ୍ଚା ହେଉଛି । ଏହାସହ ପୃଥ୍ୱୀ କହିଛନ୍ତି ସେ କେନେଡିଙ୍କୁ ଜୀବନସାଥୀ ରୂପେ ପାଇଁ ବହୁତ ଖୁସି ଅଛନ୍ତି । ସେ କେବେ ଭାବିନଥଲେ କି ବିଦେଶୀ ମେମ ତାଙ୍କୁ ପସନ୍ଦ କରି ବବାହ କରିବେ ଓ ତାଙ୍କ ସହ ସଲୁଣୀରେ ରହିବା ପାଇଁ ମଧ୍ୟ ରାଜି ହୋଇଯିବ । ବହୁତ ଯଲଦି ଉଭୟେ ଭାରତୀୟ ରୀତିନୀତି ଓ ପରମ୍ପରା ଅନୁସାରେ ବିବାହ କରିବେ ।