ଚୀନ ବିରୋଧରେ ଭାରତର ବାଣିଜ୍ୟ ଯୁଦ୍ଧ : ଆମେରିକା ସହ ମିଶି ଚୀନକୁ ବିରୋଧ କରିବା ଭାରତକୁ ମହଙ୍ଗା ପଡିପାରେ

39

କନକ ବ୍ୟୁରୋ : ଚୀନ ବିରୋଧରେ ଆମେରିକାକୁ ଅନେକ ଦେଶ ସମର୍ଥନ କରୁଥିବା ଜଣାପଡିଛି । ତେବେ ଆମେରିକା ଯେଉଁ ଟ୍ରେନଡ ଆରମ୍ଭ କରୁିଛି ଯଦି ଭାରତ ସେଥିରେ ସାମିଲ ଦୁଏ । ତେବେ ଭାରତକୁ ମହାଙ୍ଗା ପଡିପାରେ ବୋଲି ଚୀନ କହିଛି । ଚୀନର ଗଣମାଧ୍ୟମ “ଗ୍ଲୋବାଲ ଟାଇମ୍ସ” ରେ କୁହାଯାଇଛି ଯେ, ଭାରତ ଯେପରି ଭାବରେ ଚୀନକୁ ବିରୋଧ କରୁଛି ଆମେରିକା ସହ ମିଶି ତାହା ଆଦୈା ଭଲ ନୁହେଁ । ଭାରତ ଆମେରିକା ସହ ମିଶି ସାରା ବିଶ୍ୱରେ ନିଜର ଏକ ଛବି ପ୍ରତିଷ୍ଠା କରିବା ପାଇଁ ଚାହେଁ । କିନ୍ତୁ ଏହା କରିବା ଦ୍ୱାରା ଭାରତର ହିଁ କ୍ଷତି ହେବ ବୋଲି ଚୀନ କହିଛି ।

ତେବେ ସେଠାକାର ଗଣମାଧ୍ୟମ କହିଛି ଭାରତ ଏପରି କରି ଆମେରିକାକୁ ଖୁସି କରିବା ପାଇଁ ଚେଷ୍ଟା କରୁଛି ନଚେତ ଦୁଇଟି ଦେଶ ସାଙ୍ଗେ ଉତ୍ତମ ସମ୍ପର୍କ ରଖୁଥିବା ଦେଖାଉଛି । ଭାରତ ଜାଣି ପାରୁନାହିଁ ଏପରି ନୀତି ଆପଣାଇବା ଦ୍ୱାରା ସେ କେତେ ବଡ ଖତରନାକ ଖେଳୁଛି । ଆମେ ଯଦି ବେପାର ବଣିଜ କଥା କହିବା ତେବେ ଆମେରିକାଠାରୁ ଭାରତ କୈାଣସି ପ୍ରକାର ଲାଭ ପାଇପାରିବ ନାହିଁ । ଏପଟେ ଏମିତି କରିବା ଦ୍ୱାରା ଚୀନ ସହ ମଧ୍ୟ ବେପାର କରିବା କଷ୍ଟ ହୋଇପଡିବ । ପ୍ରକାଶ ଯୋଗ୍ୟ ଯେ, ଗତ ସୋମବାର ଦିନ ଭାରତ ଚୀନ ସହ ଆୟାତିତ ସୋଲାର ସେଲ ଉପରେ ବାଣିଜ୍ୟ କରିବା ପାଇଁ କଥାବାର୍ତା ହୋଇଛି । ତେଣୁ ଭାରତର ଏପରି ପଦକ୍ଷେପରେ ଚୀନକୁ ହଇରାଣ ହେବାକୁ ପଡୁଛି ବୋଲି ସେଠାକାର ଗଣମାଧ୍ୟମରେ କୁହାଯାଇଛି ।

ଚୀନର ଇକୋନୋମିକସ ନିର୍ଦ୍ଦେଶକ ଲୀନ ବୋକିୟାଂ ଗ୍ସୋବାଲ ଟାଇମକୁ ସୂଚନା ଦେଇ କହିଛନ୍ତି ଯେ, “ଆମେ ଯଦି ବର୍ତ୍ତମାନ ସମୟରେ ଭାରତର ନୀତି ଉପରେ ନଜର ପକାଇବା ତେବେ ସ୍ପଷ୍ଟ ଭାବରେ ଦେଖିପାରିବା ଭାରତ ଚୀନ ଖିଲାପରେ ସଂରକ୍ଷଣ ନୀତି ଆପଣାଇ ଟ୍ରମ୍ପଙ୍କ ଭଳି କାମ କରୁଛି । ଏହାସହ ସେ କହିଛନ୍ତି ସୋଲାର ସେଲ ସାରା ବିଶ୍ୱ ବଜାରରେ ଏକ ସଂଗଠନ ନୀତି ମୁତାବକ ଆଣ୍ଟି ଡେପଟିଂରେ ଆଧାରିତ ନୁହେଁ । ତେବେ କେବଳ ଭାରତ ନିଜର ଘରୋଇ କମ୍ପାନୀଙ୍କୁ ଦୃଷ୍ଟିରେ ରଖି କାମ କରୁଛି” ବୋଲି ଲୀନ କହିଛନ୍ତି । ତେବେ ଚୀନ ପକ୍ଷରୁ କୁହାଯାଇଛି ଯେ, ସୋଲାର ସେଲରେ ଭାରତ ଯେପରି ନିଷ୍ପତ୍ତି ନେଉଛି ତାହାର ପ୍ରଭାବ ଚୀନ ଉପରେ କିଛି ପଡିବ ନାହିଁ । ଅନ୍ୟ ଦେଶର ବୃଦ୍ଧିରେ ପଡି ଏପରି କାମ କରୁଛି ଯାହା ଦେଶ ପାଇଁ ଆଦୈା ଭଲ ନୁହେଁ ବୋଲି ଚୀନ କହିଛି । ତେବେ ଏହା ଏକ ବଡ ଋଣନୀତି କହିଲେ ଅତୁକ୍ତି ହେବ ନାହିଁ । ତେବେ କେବଳ ଷ୍ଟିଲ ଓ ଆଲୁମିନିୟମ ବ୍ୟବସାୟ ଲାଗି ଭାରତ ଆମେରିକା ସହ ଏପରି ମିଶୁଛି ବୋଲି ଚୀନ କହିଛି । ତେବେ ଚୀନ ସହ ଭାରତ ୨୦୧୭ ମସିହାରେ ୬୨.୯ ଆରବୀୟ ଡଲାର ବାଣିଜ୍ୟ କରିଥିବା ଜଣାପଡିଛି । ଭାରତ ନିଜ ବଜାରକୁ ନେଇ ବେଶ ଚିନ୍ତିତ ଏବଂ ନିଜର ବାଣିଜ୍ୟ କ୍ଷେତ୍ର କିପରି ଉନ୍ନତି ହେବ ସେନେଇ ଚିନ୍ତାରେ ଭାରତ ବୋଲି ଚୀନ କହିଛି ।