କଳାହାଣ୍ଡି: ଖଟିଆରେ ବୁହାହେଲେ ଗର୍ଭବତୀ, ଗାଁକୁ ପହଂଚିପାରିଲାନି ୧୦୨ ଆମ୍ବୁଲାନ୍ସ

29

କନକ ବ୍ୟୁରୋ : ଖଟିଆରେ ବୁହା ହେଲେ ଗର୍ଭବତୀ । ବିଫଳ ଜନନୀ ସୁରକ୍ଷା ଯୋଜନାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରାରେ । ସିଉଳି ଗାଁର ନୂଆପଡାରେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେବାର ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି । ମହିଳାଙ୍କ ପ୍ରସବ ବେଦନା ପରେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ । ହେଲେ ଅଧା ବାଟକୁ ଆସି ଅଟକି ରହିଥିଲା ଆମ୍ବୁଲାନ୍ସ । କାରଣ ଗାଁ ଭିତରକୁ ଆମ୍ବୁଲାନ୍ସ ଯିବା ସମ୍ଭବ ନଥିଲା । ସିଉଳି ଗାଁର ନୂଆପଡାକୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଗର୍ଭବତୀଙ୍କ ପାଖରେ ପହଂଚି ପାରିନଥିଲା ଆମ୍ବୁଲାନ୍ସ । ଫଳରେ ଦୀର୍ଘ ଦେଢ କିଲୋମିଟର ରାସ୍ତା ଗର୍ଭବତୀଙ୍କୁ ଖଟିଆରେ ବୋହି ନେବାକୁ ପଡିଥିଲା ।